ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି, ପୋଲିସର ତନାଘନା

author img

By

Published : Sep 14, 2022, 4:53 PM IST

ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି, ପୋଲିସର ତନାଘନା

ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି । ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିଲେନି ଭଗବାନ । ଚୋରି ହୋଇଗଲା ୧୨ ବର୍ଷ ପୂର୍ବେ ସ୍ବତଃ ପ୍ରବୃତ୍ତ ଭାବେ ଆପେ ଆପେ ବାହାରିଥିବା ଶିବ ଲିଙ୍ଗ । ଜିଲ୍ଲାର ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦୋରା ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶିବ ଲିଙ୍ଗ ଚୋରି ହେବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଚୋରଙ୍କୁ ତୁରନ୍ତ ଧରିବା ଲାଗି ଦାବି ହୋଇଛି । ସେପଟେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି, ପୋଲିସର ତନାଘନା

ସୂଚନା ଅନୁସାରେ, ଦୁର୍ବୃତ୍ତ ମାନେ ପ୍ରାୟ ଦୁଇ ଫୁଟ ଗାତ ଖୋଳି ଶିବ ଲିଙ୍ଗ ଚୋରି କରିଥିବା ଦେଖିବାକୁ ମିଳିଛି । ଏହି ଶିବ ଲିଙ୍ଗ ୧୨ ବର୍ଷ ପୂର୍ବେ ମଙ୍ଗରଦୋରା ଗ୍ରାମ ନିକଟସ୍ଥ ତଥା ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ପଥର ଗୁମ୍ଫାରେ ଆବିର୍ଭାବ ହୋଇଥିଲେ । ଏହାପରେ ଏହା ଘୁମରେଶ୍ବର ଶୈବପୀଠ ନାମରେ ନାମିତ ହୋଇଥିଲା । ବଣ ପାହାଡ଼ ଘେରା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ପରେ ଏହି ସ୍ଥାନ ପ୍ରସିଦ୍ଧ ଶୈବପୀଠ ଭାବେ ବେଶ ପରିଚିତ ହୋଇଥିଲା ।

ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି
ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି

ଏହା ବି ପଢନ୍ତୁ- ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ, ୨ ଗିରଫ

ଏହି ଶୈବପୀଠର ବିକାଶ ପାଇଁ ସରକାରୀ ସ୍ତରରୁ ଅନେକ କାର୍ଯ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲାପାଳ ବାରମ୍ବାର ଏହି ଶୈବପୀଠ ବୁଲି ଏହାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଏହି ପ୍ରସିଦ୍ଧ ଶୈବପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଏହି ଶୈବପୀଠରୁ ଶିବ ଲିଙ୍ଗ ଚୋରି ହେବା ପରେ ଭକ୍ତ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଶିବ ଲିଙ୍ଗ ଚୋରି କରିଥିବା ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଶିବ ଲିଙ୍ଗଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ଏହାସହ ଯଥାଶୀଘ୍ର ଶିବ ଲିଙ୍ଗ ଉଦ୍ଧାର କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛି ମନ୍ଦିର କମିଟି ଓ ସ୍ଥାନୀୟ ବାସିନ୍ଦା । ଶିବ ଲିଙ୍ଗ ଚୋରି ନେଇ ଏତଲା ପାଇବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.