ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ, ୨ ଗିରଫ

author img

By

Published : Sep 13, 2022, 9:40 AM IST

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା, ୨ ଗିରଫ

୫୦ ହଜାର ଟଙ୍କା ନଆଣିବାରୁ ବିବାହର ଚାରି ମାସ ପରେ ଗର୍ଭବତୀ ମହିଳାଙ୍କୁ ହତ୍ୟା । ୨ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଭଦ୍ରକ: ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ । ଚାରି ମାସ ତଳେ ବିବାହ କରିଥିବା ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା । ଅଧିକ ଯୌତୁକ ଦାବି କରି ନବବଧୂଙ୍କୁ ହତ୍ୟା କଲେ ଶ୍ବଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ପରେ ୨ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ବାଲିଗାଁ ଗଜଗିରି ଗ୍ରାମରେ । ମୃତ ମହିଳା ହେଉଛନ୍ତି ମଞ୍ଜୁଲତା ଦାସ ।

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା, ୨ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ମାସ ତଳେକାଁପଡା ପଞ୍ଚାୟତ ଅଧିନ ଦପା ଗ୍ରାମର ପିତବାସ ଦାସଙ୍କ ଝିଅ ମଞ୍ଜୁଲତାଙ୍କ ସହ ଜଗିରି ଗାଁର ଅଜୟ ମଳିକଙ୍କ ପୁଅ ସହିତ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ନିଜର କ୍ଷମତା ଅନୁଯାଇ ଯୌତୁକ ବାବଦରେ ପିତବାସ ଝିଅକୁ ୫୦ ହଜାର ଟଙ୍କା ସମେତ ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଦେଇଥିଲେ । ମାତ୍ର ବିବାହର ଆଠ ଦିନ ପରେ ଅଧିକ ଯୌତୁକ ଦାବିରେ ସ୍ୱାମୀ ସମେତ ପରିବାର ସଦସ୍ୟ ମଞ୍ଜୁଲତାଙ୍କୁ ନାନାଦି ଅତ୍ୟାଚାର କରୁଥିବା ଜାଣିବାକୁ ପାଇଥିଲେ ପିତବାସ ।

କିନ୍ତୁ ଅତ୍ୟାଚାର ପରେବି ଝିଅକୁ ବୁଝାସୁଝା କରି ଶ୍ବଶୁର ଘରେ ରହିବାକୁ ବାପଘର ଲୋକେ ପରାମର୍ଶ ଦେଇ ଆସୁଥିଲେ । ତେବେ ଅଧିକ ଯୌତୁକ ୫୦ ହଜାର ଟଙ୍କା ଦିଆନଗଲେ ତାକୁ ଜୀବନରୁ ମାରି ଦେବାକୁ ଶ୍ୱଶୁର ଘର ଲୋକେ ଯୋଜନା କରୁଥିବା କହିଥିଲେ ମଞ୍ଜୁଲତା । ଏହାର ମାତ୍ର କିଛି ଦିନ ପରେ ମଞ୍ଜୁଲତା ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ ମଞ୍ଜୁଙ୍କ ବାପାଘର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ମଞ୍ଜୁଙ୍କ ବାପା ଚାନ୍ଦବାଲି ମେଡିକାଲରେ ପହଞ୍ଚି ଝିଅର ମୃତଦେହ ଦେଖିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କୁଆଡେ ଗଲେ ନନ୍ଦ ମଉସା ? ୧୬ଦିନ ପରେ ବି ମିଳୁନି ପତ୍ତା

ଅଭିଯୋଗକୁ ଭିତ୍ତିକରି ପୋଲିସ ଦଫା ୪୯୮ (a), ୩୦୨, ୩୦୪(b) ରେ ଏକ ମାମଲି ରୁଜୁ କରିଥିଲା । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ପୋଲିସ ତଦନ୍ତ କରି ମୃତ ମହିଳାଙ୍କ ଶ୍ବଶୁର ଅଜୟ ଦାସ ଓ ଦିଅର ଶ୍ରୀନାଥ ଦାସଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରଖିଥିବା ବେଳେ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ତେବେ ଅଗଷ୍ଟ ୧୭ ତାରିଖ ଦିନ ଧର୍ମଶାଳା ଥାନାରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା । ମାହାଙ୍ଗା ଥାନା ଅଞ୍ଚଳର ମାଧବାନନ୍ଦ ବଳଙ୍କ ଝିଅ ରଶ୍ମିତା ବଳଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ରଶ୍ମିତାଙ୍କ ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ସ୍ବାମୀ ଜିତେନ୍ଦ୍ରକୁ ଗିରଫ କରି ଥାନାରେ ଅଟକ ରଖିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.