ETV Bharat / state

କାଠ ଆଣି ଫେରୁଥିଲେ, ଭାଲୁ କଲା ଶିକାର

author img

By

Published : Oct 5, 2022, 12:53 PM IST

ଭାଲୁ ଆକ୍ରମଣରେ ଜଣେ ମୃତ
ଭାଲୁ ଆକ୍ରମଣରେ ଜଣେ ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଗୁଡ଼ା ଜଙ୍ଗଲ ନିକଟରେ କାଠ ସଂଗ୍ରହ କରି ଫେରୁଥିବା ସମୟରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବୁର୍ଜା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଝିନୁ ଗଣ୍ଡ ନାୟକ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଗୁଡ଼ା ଜଙ୍ଗଲ ନିକଟରେ କାଠ ସଂଗ୍ରହ କରି ଫେରୁଥିବା ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ । ଫଳରେ ଭାଲୁଟି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏନେଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିଲା ।

ଭାଲୁ ଆକ୍ରମଣରେ ଜଣେ ମୃତ

ସୂଚନା ଥାଉକି କିଛି ଦିନ ପୂର୍ବେ ନୂଆପଡାରେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯିବା ବେଳେ ଆକ୍ରମଣ କରିଥିଲା ଭାଲୁ । ଭାଲୁ ଆକ୍ରମଣରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଥିଲେ । ସେଠାରେ ଏକ ବଣୁଆ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା । ତେବେ ଏନେଇ ଭାଲୁ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ଭାଲୁଟିର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.