ETV Bharat / state

ନବରଙ୍ଗପୁରରେ 'ମୋ ସ୍କୁଲ' ଯୋଜନାର କାର୍ଯ୍ୟକାରିତା ନେଇ କାର୍ଯ୍ୟକ୍ରମ

author img

By

Published : Feb 2, 2020, 7:00 AM IST

mo-school-programme-function-in-nabarangpur
ନବରଙ୍ଗପୁରରେ 'ମୋ ସ୍କୁଲ' ଯୋଜନାର କାର୍ଯ୍ୟାକାରିକା ନେଇ କାର୍ଯ୍ୟକ୍ରମ

ସରକାର ଆରମ୍ଭ କରିଥିବା 'ମୋ ସ୍କୁଲ' ଯୋଜନା ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅଧିକାରୀ ମାନଙ୍କୁ ନେଇ ନବରଙ୍ଗପୁର ସ୍ଥିତ ଆର.ସି.ଡି ହାଇସ୍କୁଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଯୋଗଦେଇଥିଲେ ।

ନବରଙ୍ଗପୁର: ଯେଉଁ ସ୍କୁଲରୁ ପଢି ନିଜେ ମଣିଷ ହୋଇଥିଲେ ସେହି ସ୍କୁଲ ପାଇଁ ନିଜର ମଧ୍ୟ କର୍ତ୍ତବ୍ୟ ରହିଛି ତାହାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ 'ମୋ ସ୍କୁଲ' ଯୋଜନା । ନବରଙ୍ଗପୁର ଠାରେ ସେହି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅଧିକାରୀ ମାନଙ୍କୁ ନେଇ ନବରଙ୍ଗପୁର ସ୍ଥିତ ଆର.ସି.ଡି ହାଇସ୍କୁଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଉଦଘାଟନ କରିଥିଲେ ।

ନବରଙ୍ଗପୁରରେ 'ମୋ ସ୍କୁଲ' ଯୋଜନାର କାର୍ଯ୍ୟାକାରିତା ନେଇ କାର୍ଯ୍ୟକ୍ରମ

ସରକାର ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତେବେ ସେହି ଉନ୍ନତିମୂଳକ ବ୍ୟବସ୍ଥା କେବଳ ସରକାରୀ ସ୍ତରରେ ସୀମିତ ନରହି ସ୍କୁଲ ପରିବେଶର ଉନ୍ନତି ଏକ ସାମୂହିକ ଦାୟିତ୍ବ ଯାହା ଫଳରେ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟି ଢାଞ୍ଚାଗତ ପରିବର୍ତ୍ତନ ହେବା ସହିତ ଅନେକ ବିକାଶ ମୂଳକ କାର୍ଯ୍ୟ ହେବା ସହ ବିଦ୍ୟାଳୟରୁ ଅନେକ ଆଦର୍ଶ ଛାତ୍ର ଗଠନ ହେବାର ଲକ୍ଷ୍ୟ ନେଇ ସରକାର ଏହି ଯୋଜନା ଆରମ୍ଭ ହୋଇପାରିବ । ତେଣୁ ଯେଉଁ ସ୍କୁଲ ଶିକ୍ଷା ଦେଇ ଅବୋଧ ଛାତ୍ରରୁ ଏକ ଆଦର୍ଶ ମଣିଷ ଗଠନ କରିଛି ତାର ପ୍ରତିଦାନ ସ୍ବରୂପ ସ୍କୁଲର ବିକାଶମୂଳକ କାର୍ଯ୍ୟର ଗତିକୁ ଦ୍ବିଗୁଣିତ କରିବା ପାଇଁ ବିଦ୍ୟାଳୟକୁ ନିଜ କଷ୍ଟର୍ଜିତ ସମ୍ପତ୍ତିରୁ ବିଦ୍ୟାଳୟକୁ ଅନୁଦାନ ଦେବାପାଇଁ ମୋ ସ୍କୁଲ ଯୋଜନାର ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ ।

ସରକାରଙ୍କ ଏହି ବାର୍ତ୍ତାକୁ ନୂତନ ଓ ପୁରାତନ ଛାତ୍ର ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବକ୍ତା ମାନେ ପ୍ରକାଶ କରିବା ସହିତ ଏହି ବର୍ତାକୁ ସଫଳ କରିବା ଦିଗରେ କାମ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିଲା ।

ମୋ ସ୍କୁଲ ଯୋଜନା ଦ୍ବାରା ବର୍ତ୍ତମାନ ସୁଦ୍ଧା ଚାରୋଟି ପର୍ଯ୍ୟାୟରେ ନବରଙ୍ଗପୁରର ଦଶଟି ବ୍ଲକର ସ୍କୁଲ ମାନଙ୍କରୁ ଆଦାୟ ହୋଇଥିବା ଅନୁଦାନ ଟଙ୍କା ର ଦୁଇଗୁଣ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏହି ଟଙ୍କାରେ ବିଭିନ୍ନ ସ୍କୁଲର ନୂତନ ଶ୍ରେଣୀ ଗୃହ ପ୍ରତିଷ୍ଠା, ସ୍କୁଲ ପାଚେରୀ ନିର୍ମାଣ, ଆକ୍ବାଗାର୍ଡ ନିର୍ମାଣ, ସହ ସ୍କୁଲ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଥିଲା । ମୋ ସ୍କୁଲ ଯୋଜନାରେ ଦଶଟି ବ୍ଲକରେ କିଭଳି ଉନ୍ନତି କରାଯାଇଛି ତାହା ଷ୍ଟଲ ଦ୍ବାରା ପ୍ରଦର୍ଶିତ କରାଯାଇଥିଲା । ଦଶଟି ବ୍ଲକରେ ସ୍ମାର୍ଟ କ୍ଲାସ ରୁମ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ମୋ ସ୍କୁଲ ଯୋଜନାର ଶୁଭାରମ୍ଭ
ଫର୍ମାଟ - ଏଭିଓ, ୦୧/୦୨/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------
ଆଙ୍କର - ଯେଉଁ ସ୍କୁଲ ରୁ ପଢି ନିଜେ ମଣିଷ ହୋଇଥିଲେ ସେହି ସ୍କୁଲ ପାଇଁ ନିଜ ର ମଧ୍ୟ କର୍ତ୍ତବ୍ୟ ରହିଛି ତାହାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସ୍କୁଲ ଯୋଜନା ଆରମ୍ଭ କରିଥିଲେ ନବରଙ୍ଗପୁର ଠାରେ ସେହି ଯୋଜନା ର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅଧିକାରୀ ମାନଙ୍କୁ ନେଇ କୁ ନବରଙ୍ଗପୁର ସ୍ଥିତ ଆର.ସି.ଡି ହାଇସ୍କୁଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଉଦଘାଟନ କରିଥିଲେ । ସ୍କୁଲ ରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତେବେ ସେହି ଉନ୍ନତିମୂଳକ ବ୍ୟବସ୍ଥା କେବଳ ସରକାରୀ ସ୍ତରରେ ସୀମିତ ନ ରହି ସ୍କୁଲ ପରିବେଶ ର ଉନ୍ନତି ଏକ ସାମୁହିକ ଦାୟିତ୍ୱ ଯାହା ଫଳରେ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟି ଢାଞ୍ଚାଗତ ପରିବର୍ତ୍ତନ ହେବା ସହିତ ଅନେକ ବିକାଶ ମୂଳକ କାର୍ଯ୍ୟ ହେବା ସହ ବିଦ୍ୟାଳୟ ରୁ ଅନେକ ଆଦର୍ଶ ଛାତ୍ର ଗଠନ ହେବାର ଲକ୍ଷ୍ୟ ନେଇ ସରକାର ଏହି ଯୋଜନା ଆରମ୍ଭ ହୋଇପାରିବ । ତେଣୁ ଯେଉଁ ସ୍କୁଲ ଶିକ୍ଷା ଦେଇ ଅବୋଧ ଛାତ୍ର ରୁ ଏକ ଆଦର୍ଶ ମଣିଷ ଗଠନ କରିଛି ତାର ପ୍ରତିଦାନ ସ୍ୱରୂପ ସ୍କୁଲ ର ବିକାଶମୂଳକ କାର୍ଯ୍ୟ ର ଗତି କୁ ଦ୍ବିଗୁଣିତ କରିବା ପାଇଁ ବିଦ୍ୟାଳୟ କୁ ନିଜ କଷ୍ଟର୍ଜିତ ସମ୍ପତ୍ତି ରୁ ବିଦ୍ୟାଳୟକୁ ଅନୁଦାନ ଦେବାପାଇଁ ମୋ ସ୍କୁଲ ଯୋଜନାର ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ । ସରକାର ଙ୍କ ଏହି ବର୍ତା କୁ ନୂତନ ଓ ପୁରାତନ ଛାତ୍ର ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବକ୍ତା ମାନେ ପ୍ରକାଶ କରିବା ସହିତ ଏହି ବର୍ତା କୁ ସଫଳ କରିବା ଦିଗରେ କାମ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା । ମୋ ସ୍କୁଲ ଯୋଜନା ଦ୍ୱାରା ବର୍ତ୍ତମାନ ସୁଦ୍ଧା ଚାରୋଟି ପର୍ଯ୍ୟାୟରେ ନବରଙ୍ଗପୁର ର ଦଶ ଟି ବ୍ଲକ ର ସ୍କୁଲ ମାନଙ୍କରୁ ଆଦାୟ ହୋଇଥିବା ଅନୁଦାନ ଟଙ୍କା ର ଦୁଇଗୁଣ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏହି ଟଙ୍କା ରେ ବିଭିନ୍ନ ସ୍କୁଲ ର ନୂତନ ଶ୍ରେଣୀ ଗୃହ ପ୍ରତିଷ୍ଠା, ସ୍କୁଲ ପାଚେରୀ ନିର୍ମାଣ, ଆକ୍ବାଗାର୍ଡ ନିର୍ମାଣ, ସହ ସ୍କୁଲ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଥିଲା । ମୋ ସ୍କୁଲ ଯୋଜନା ରେ ଦଶଟି ବ୍ଲକ ରେ କିଭଳି ଉନ୍ନତି କରାଯାଇଛି ତାହା ଷ୍ଟଲ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଦଶଟି ବ୍ଲକ ରେ ସ୍ମାର୍ଟ କ୍ଲାସ ରୁମ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦିଆଯାଇଛି ।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.