ଦେବଶିଳ୍ପୀଙ୍କ ଆରଧନାରେ ମୁଖରିତ ନବରଙ୍ଗପୁର

author img

By

Published : Sep 18, 2022, 10:05 AM IST

ଦେବଶିଳ୍ପୀଙ୍କ ଆରଧନାରେ ମୁଖରିତ ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆରାଧନା କରାଯାଇଛି । ଏଥିପାଇଁ ଉତ୍ସବ ନବରଙ୍ଗପୁର ଜିଲ୍ଲା । ଅଧିକ ପଢନ୍ତୁ

ନବରଙ୍ଗପୁର: ଶନିବାର ଧରାବତରଣ କରିଛନ୍ତି ଦେବଶିଳ୍ପୀ ବିଶ୍ଵବିନ୍ଧାଣି ବିଶ୍ଵକର୍ମା । ଏଥିପାଇଁ ଉତ୍ସବ ମୁଖର ସାରା ଓଡିଶା । ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଶ୍ଵକର୍ମା ପୂଜା(Biswakarma puja) ।

ଏହା ମଧ୍ୟ ପଢନ୍ତୁ: ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ବହୁ ଆଡମ୍ବରରେ ପାଳିତ ହୋଇଛି । ନବରଙ୍ଗପୁର ସଦର ବ୍ଳକ ଅନ୍ତର୍ଗତ ମନ୍ତ୍ରୀଗୁଡା ଗ୍ରାମ ଠାରେ ରାଜ ମିସ୍ତ୍ରୀ ଓ ଶ୍ରମିକ ମାନଙ୍କ ଦ୍ୱାରା ପୂଜା ମଣ୍ଡପରେ ବିଶ୍ୱକର୍ମାଙ୍କ ମୃଣୟୀ ମୂର୍ତ୍ତି ସ୍ଥାପନ କରାଯାଇ ଅତି ଆନନ୍ଦ ଓ ଉତ୍ସାହ ସହକାରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାତ୍ସବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଭାଟିଗାଁରେ ମଧ୍ୟ ରାଜ ମିସ୍ତ୍ରୀ ଓ ଶ୍ରମିକ ସଂଘ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ତଣ୍ଡାଗୁଡା ସମେତ ପାପଡାହାଣ୍ଡି TPSODL ବିଦ୍ୟୁତ କାର୍ଯ୍ୟାଳୟରେ ଆନନ୍ଦ ଉଲ୍ଲାସର ସହିତ ଯୁବତୀ ମାନଙ୍କର ସଂକୀର୍ତ୍ତନ ମଣ୍ଡଳୀଙ୍କ ନାମ ସଂକୀର୍ତ୍ତନ ସହିତ ପୂଜାର୍ଚ୍ଚନା କରାଯାଇଛି ।

ଦେବଶିଳ୍ପୀଙ୍କ ଆରଧନାରେ ମୁଖରିତ ନବରଙ୍ଗପୁର

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ । ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ବିଶ୍ବର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ । ଏହି ପୂଜାର ନୀତି ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ । ମାନ୍ୟତା ଅନୁଯାୟୀ, ପୌରାଣିକ କାଳରେ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର, ମହଲ ମାନଙ୍କର ନିର୍ମାଣ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା । ତେଣୁ ତାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଏ । ବିଶ୍ବକର୍ମା ସୁନାର ଲଙ୍କା, ପୁଷ୍ପକ ବିମାନ, ଇନ୍ଦ୍ରଙ୍କବଜ୍ର, ମହାଦେବଙ୍କ ତ୍ରିଶୁଳ, ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରିକା, ଇନ୍ଦ୍ରପୁରୀ, ହସ୍ତିନାପୁର, ସ୍ୱର୍ଗଲୋକ, ଆଦିର ନିର୍ମାଣ କରିଥିଲେ । ବିଶ୍ୱକର୍ମାଙ୍କ ଶିଳ୍ପ କାରୁକାର୍ଯ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିବାରୁ ତାଙ୍କୁ ଶିଳ୍ପକଳାର ଜନକ କୁହାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ତ୍ବ ରହିଛି । ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ । ତେଣୁ ଏହି ପୂଜାର ଖୁବ ମାନ୍ୟତା ମହତ୍ତ୍ବ ରହିଛି ।

ଆଲୁମିନିୟମ ନଗରୀ ନାଲକୋରେ ମଧ୍ୟ ଧୁମଧାମରେ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମାଙ୍କ ଆରାଧନା କରାଯାଇଛି । ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗରର ୧୭ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.