ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

author img

By

Published : Sep 17, 2022, 6:09 PM IST

ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏହି ଅବସରରେ ଆଲୁମିନିୟମ ନଗରୀ ନାଲକୋର ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆରମ୍ଭ ହୋଇଛି । ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଦେଖନ୍ତୁ ଏହି ରିପୋର୍ଟ

ଅନୁଗୋଳ: ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ଓଡିଶାର ଆଲୁମିନିୟମ ନଗରୀ ନାଲକୋ । ନାଲକୋର ବିଶ୍ଵକର୍ମା ପୂଜା ଓଡିଶା ପ୍ରସିଦ୍ଧ (Nalco Famous Biswakarma puja) । ଏଥର ପୂଜାକୁ ଆକର୍ଷଣୀୟ କରୁଛି ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜା ମଧ୍ୟରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ଏଥର ନାଲକୋ ନଗରର ୧୭ରୁ ଅଧିକ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଛି ।

ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ନାଲକୋର ବିଭିନ୍ନ ବିଭାଗ ପକ୍ଷରୁ ଯଥା ପଟଲାଇନ, କାଷ୍ଟହାଉସ ଏ, କାଷ୍ଟହାଉସ ବି, ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ, ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ୧୭ଟି ବିଭାଗ ପକ୍ଷରୁ ଏଥର ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଉତ୍ସବ ଚାଲିବ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଭଳିକି ଭଳି ତୋରଣ ଓ ଆଲୋକ ସଜା ମାନ ନିର୍ମାଣ କରାଯାଇଛି । ବିଦ୍ଧି ଅନୁସାରେ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ କଳସ ଯାତ୍ରାରେ ପାଣି ଆଣିବା ପରେ ମଣ୍ଡପରେ ଆରମ୍ଭ ହୋଇଛି ପୂଜା ।

କେଉଁ ମଣ୍ଡପ ଏଥର ମୂର୍ତ୍ତି ସଜାକୁ ଅଧିକ ଗୁରୁତ୍ଵ ଦେଇଛି ତ ଅନ୍ୟକେହି ଆକର୍ଷଣୀୟ ଗେଟ୍‌ ନିର୍ମାଣ କରିଛି । ପଟଲାଇନ ପୂଜା କମିଟି ଚଳିତ ବର୍ଷ ଦିଲ୍ଲୀର ଅକ୍ଷୟ ଧାମ ସଦୃଶ ତୋରଣ ମଧ୍ୟରେ ବିଶ୍ଵବିନ୍ଧାଣିଙ୍କୁ ଆରାଧନା କରୁଥିବା ବେଳେ କାଷ୍ଟହାଉସ 'ଏ' ଲଣ୍ଡନର ଆଲବର୍ଟ ହଲ୍‌ ସଦୃଶ ନିର୍ମିତ ତୋରଣରେ ପୂଜା କରୁଛି ବିଶ୍ଵକର୍ମାଙ୍କୁ । ଆଜି ପୂଜାର ପ୍ରଥମ ଦିନରେ ମଧ୍ୟ ବୋହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ନାଲକୋ ନଗରରେ ।

ଏହା ବି ପଢନ୍ତୁ- ଆଜି ବିରାଜିବେ ବିଶ୍ବ ବିନ୍ଧାଣୀ, ଦେବଶିଳ୍ପୀଙ୍କ ଆଗମନରେ ଉତ୍ସବ ମୁଖର ପୁରପଲ୍ଲୀ

ଅନୁଗୋଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକେ ଏହି ପୂଜାଉତ୍ସବ ଦେଖିବା ପାଇଁ ଏଠାକୁ ଆସୁଥିବାରୁ ଅନେକ ଉଠା ଦୋକାନ ମଧ୍ୟ ଏଠାରେ ଖୋଲିଛି । ଆସନ୍ତା ୨୨ ତାରିଖରେ ପୂଜା ଶେଷ ହେବାକୁ ଥିବାବେଳେ ୨୩ ତାରିଖ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ । ତେବେ ଏ ନେଇ ପୂଜକ କହିଛନ୍ତି, "ନାଲକୋରେ ୧୯୮୦ ମସିହାଠାରୁ ପୂଜା ହୋଇଆସୁଛି । ଆଜି ପୂଜା ବିଧିରେ ନବଗ୍ରହଙ୍କ ସମେତ ଭଗବାନ ବିଷ୍ଣୁ, କଳସ ପୂଜା ହୋଇଥାଏ ।"

ବିଶ୍ବକର୍ମା ପୂଜାକୁ ନେଇ ନାଲକୋ କର୍ମଚାରୀ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି । ଏ ନେଇ ନାଲକୋ କର୍ମଚାରୀ ମନୋଜ କୁମାର ସ୍ବାଇଁ କହିଛନ୍ତି, "୨ ବର୍ଷ ପରେ କୋରୋନା କଟକଣା ହଟିବା ପରେ ଏଥର ପୂଜା ବହୁ ଆଡମ୍ବରରେ ଆରମ୍ଭ ହୋଇଛି । କର୍ମଚାରୀ ମହଲରେ ଏକ ଆନନ୍ଦର ବାତାବରଣ ଖେଳିଯାଇଛି ।"

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.