ETV Bharat / state

ଟାଟା-ବାଦାମପାହାଡ ମେମୁ ଟ୍ରେନ ଅଟକ, ୭ ଘଣ୍ଟା ପରେ ସ୍ବାଭାବିକ ହେଲା ରେଳ ଚଳାଚଳ

author img

By

Published : Jul 16, 2023, 3:54 PM IST

Updated : Jul 16, 2023, 6:14 PM IST

ଟାଟା-ବାଦାମପାହାଡ ମେମୁ ଟ୍ରେନ ଅଟକ ରଖିଲେ ଗ୍ରାମବାସୀ
ଟାଟା-ବାଦାମପାହାଡ ମେମୁ ଟ୍ରେନ ଅଟକ ରଖିଲେ ଗ୍ରାମବାସୀ

ଗୋଳା ପୋଲରେ ବର୍ଷା ପାଣି ଜମିବାରୁ ଟାଟା-ବାଦାମପାହାଡ ମେମୁ ଟ୍ରେନ୍‌କୁ ଅଟକ ରଖିଲେ ଗ୍ରାମବାସୀ । ୭ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ । ଅଧିକ ପଢନ୍ତୁ

ଟାଟା-ବାଦାମପାହାଡ ମେମୁ ଟ୍ରେନ ଅଟକ ରଖିଲେ ଗ୍ରାମବାସୀ

ରାଇରଙ୍ଗପୁର: ବର୍ଷା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାରୁ ଟ୍ରେନ୍‌ ଅଟକାଇଲେ ଗ୍ରାମବାସୀ । ଦୀର୍ଘ ୭ ଘଣ୍ଚା ଧରି ଗ୍ରାମବାସୀ ଟ୍ରେନକୁ ଅଟକାଇ ରଖିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡମୌଦା ଗ୍ରାମରେ ଆଜି ଟାଟା-ବାଦାମପାହାଡ଼ ମେମୁ ପାସେଞ୍ଜର ଟ୍ରେନକୁ ଗ୍ରାମବାସୀ ଅଟକ ରଖିଥିଲେ । ପ୍ରତିଶୃତି ମିଳିବା ପରେ ଧାରଣାରୁ ହଟିଲେ ଗ୍ରାମବାସୀ । ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୋରୁମହିଷାଣୀ ରେଳ ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମ ପଞ୍ଚାୟତକୁ ଯିବା ପାଇଁ ଏକ ରେଳବାଇର ଗଳା ପୋଲ ରହିଛି । ବର୍ଷା ଦିନରେ ଏହି ଗୋଳା ପୋଲ ରାସ୍ତାରେ ପାଣି ଜମି ରହିଥାଏ । ଗତକାଲି(ଶନିବାର) ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ହେଉଥିବାରୁ ଏବେ ଏହି ପୋଲରେ ପାଣି ଭର୍ତ୍ତି ହୋଇରହିଛି । ପାଖାପାଖି ଚାରି ଫୁଟରୁ ପାଞ୍ଚ ଫୁଟ ଉଚ୍ଚର ବର୍ଷା ଜଳ ଜମି ରହିଥିବାରୁ ହାତିଆ ଗ୍ରାମପଞ୍ଚାୟତ ଓ ବଡମୌଦା ଗ୍ରାମପଞ୍ଚାୟତର ଗାଁଗୁଡିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଗାଁକୁ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଉକ୍ତ ପଞ୍ଚାୟତର ଗାଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା, ଜିଲ୍ଲାକୁ ପ୍ରାକ ମରୁଡି ଘୋଷଣା କରିବାକୁ ଦାବି

ବର୍ଷା ଦିନରେ ଏହିପରି ସମସ୍ୟା ଦେଖାଯାଉଥିବା ବେଳେ ପୂର୍ବରୁ ଗ୍ରାମବାସୀ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଗତକାଲିଠୁ ପୁଣିଥରେ ଗଳା ପୋଲରେ ପାଣି ଜମିବାରୁ ବଡମୌଦା ଗାଁ ଲୋକଙ୍କ ସହିତ ପାଖାପାଖି ଗାଁର ଶତାଧିକ ଲୋକେ ଟାଟା ନଗର ରେଳ ଷ୍ଟେସନରୁ ଗୋରୁମହିଷାଣୀ ରେଳଷ୍ଟେସନ ଆସୁଥିବା ଟାଟା-ବାଦାମପାହାଡ଼ ମେମୁ ପାସେଞ୍ଜର ଟ୍ରେନକୁ ସକାଳ ୭.୩୦ଟାରୁ ବଡ଼ମୌଦା ଗାଁ ନିକଟରେ ଅଟକାଇ ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍, ବାଣୀବିହାର ଷ୍ଟେସନରେ ରହିଗଲା କିଛି କୋଚ୍

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରେଳବାଇ ପୋଲିସ ଓ ଗୋରୁମହିଷାଣୀ ରେଳଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସମେତ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅଟକ ଟ୍ରେନ୍‌କୁ ଛାଡ଼ିଛନ୍ତି ଲୋକେ । ଯଥାଶୀଘ୍ର ସମସ୍ୟାର ସମାଧାନ ନିମନ୍ତେ ରେଳବାଇ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଛି । ସେପଟେ ଟ୍ରେନଟି ଦୀର୍ଘ ୭ ଘଣ୍ଟା ଧରି ବଡମୌଦା ଗାଁରେ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Jul 16, 2023, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.