ରାଇରଙ୍ଗପୁର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ । ଏନେଇ ଶିମିଳିପାଳ ଅଭୟାରଣ୍ୟରେ ମୟୂରଭଞ୍ଜ ପୋଲିସ ଓ ବନବିଭାଗର ଅପରେସନ ଜାରି ରହିଛି । ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାର ଏସପି ଦାୟିତ୍ବରେ ଥିବା ବାଲେଶ୍ଵର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ ଯେମିତି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା କରିହେବ ସେନେଇ କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଫରେଷ୍ଟ ଗାର୍ଡଙ୍କୁ ଗୁଳିମାଡ଼ ପରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରେ ଥିବା ସନ୍ଦେହ କରାଯାଉଛି । ଶିମିଳିପାଳ ଅଭୟାରଣ୍ୟର ସମସ୍ତ ପଥକୁ ସିଲ୍ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଶିମିଳିପାଳ ଗୁଳିକାଣ୍ଡ ଘଟଣାରେ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳର ଶିକାରୀଙ୍କ ସମ୍ପୃକ୍ତି ଥିବା ଓ ଏଥିରେ ୧୦ ଜଣ ଶିକାରୀ ଥିବା ସନ୍ଦେହ କରାଯାଇଛି । ଏହା ବି ପଢନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟାତେବେ ଦୁଇ ଜଣ ଆଡିଶନାଲ ଏସ୍ପିଙ୍କ ନେତୃତ୍ବରେ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଥିବା କହିଛନ୍ତି ଏସ୍ପି ସାଗରିକା ନାଥ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ଶହୀଦ ହୋଇଥିବା ବେଳେ ଏହି ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଅବସ୍ଥିତ ଆହ୍ଲାପାଣି ଦେଓଗାମ୍ସାହି ବାରିବେଡା ଗ୍ରାମରେ ପୋଲିସ ଚଢାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପାଇଁ ଦୁଇଟି ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜଙ୍ଗଲ ମଧ୍ୟରେ ୨ ଦିନ ଧରି ଚଢାଉ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି। ଏହା ବି ପଢନ୍ତୁ ଶିମିଳିପାଳରୁ ଦୁଇ ଶିକାରୀ ଗିରଫ ୪ ଦେଶୀ ବନ୍ଧୁକ ଜବତତା ସହିତ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ବହୁଳ ପରିମାଣରେ ଦେଶୀ ବନ୍ଧୁକ କାରବାର ହେଉଥିବା ଏସପି ସାଗରିକା ନାଥ କହିଛନ୍ତି । ସେପଟେ ଶିମିଳିପାଳ ସୁରକ୍ଷା ପାଇଁ ଅଭୟାରଣ୍ୟର ଆଖପାଖ ଅଞ୍ଚଳଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରିବାର ଜରୁରୀ ବୋଲି ସାଗରିକା ନାଥ କହିଛନ୍ତି । ସେଠାରେ ଉପସ୍ଥିତ ଥିବା ଶିମିଳିପାଳ ବ୍ୟଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଶିମିଳିପାଳ ଫାଉଣ୍ଡେସନ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉ କି ଗତ ସୋମବାର ଦିନ ବନବିଭାଗର ଏକ ଟିମ୍ ଚାକିଡି ବିଟ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିମାଡ଼ରେ ଜନୈକ ଫରେଷ୍ଟ ଗାର୍ଡ ବିମଲ କୁମାର ସାହୁ ପ୍ରାଣ ହରାଇଥିଲେ । ଇଟିଭି ଭାରତ ରାଇରଙ୍ଗପୁର