ETV Bharat / state

ସାଇକେଲକୁ ଧକ୍କା ଦେଲା ଟ୍ରକ, ୨ ଶ୍ରମିକ ମୃତ

author img

By

Published : Nov 13, 2022, 9:55 AM IST

ରାଇରଙ୍ଗପୁରରୁ କାମସାରି ଦୁଇ ଜଣ ଶ୍ରମିକ ସାଇକେଲ ଯୋଗେଁ ଫେରୁଥିବା ପଛରୁ ପିଟିଲା ଟ୍ରକ । ୨ ଶ୍ରମିକ ମୃତ । ଅଧିକ ପଢନ୍ତୁ

ସାଇକେଲକୁ ଧକ୍କା ଦେଲା ଟ୍ରକ
ସାଇକେଲକୁ ଧକ୍କା ଦେଲା ଟ୍ରକ

ରାଇରଙ୍ଗପୁର : ଜିଲ୍ଲାରେ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗ୍ରାମ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ମୃତ୍ୟୁବରଣ କରିଥିବା ଶ୍ରମିକମାନେ ଜାମଦା ଥାନା ମହିସକୁଦର ଗ୍ରାମର ହୋଇଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ:T20 World Cup: ଆଜି ଫାଇନାଲ ଫାଇଟ, ମୁହାଁମୁହିଁ ହେବେ ଇଂଲଣ୍ଡ-ପାକିସ୍ତାନ

ସୂଚନା ଅନୁଯାୟୀ, ଶନିବାର ରାତିରେ ରାଇରଙ୍ଗପୁରରୁ କାମସାରି ଦୁଇ ଜଣ ଶ୍ରମିକ ସାଇକେଲ ଯୋଗେ ନିଜ ଗାଁ ମହିଷକୁଦରକୁ ଫେରୁଥିଲେ । ତେବେ ଏକ ଟ୍ରାକ୍ଟର ବେପରୁଆ ଭାବେ ଅତି ଦ୍ରୁତଗତିରେ ଆସି ଲକ୍ଷ୍ମୀପୋଷି ଛକ ନିକଟରେ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖସି ପଳେଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟଲୋକେ । ଏହାଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ଥିବା ଦୁଇ ଶ୍ରମିକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବାଲିଯାତ୍ରା ପଞ୍ଚମ ଦିନରେ ଅସମ୍ଭାଳ ଭିଡ଼, ରବିବାର ଅଧିକ ଭିଡ ଅନୁମାନ

ମୃତ୍ୟୁବରଣ କରିଥିବା ଶ୍ରମିକମାନେ ଜାମଦା ଥାନା ମହିସକୁଦର ଗ୍ରାମର ଶେଖର ପୂର୍ତ୍ତିଙ୍କ ପୁଅ ରେଙ୍ଗ ପୂର୍ତ୍ତି (୫୦) ଓ କୃପା ପୁର୍ତ୍ତିଙ୍କ ପୁଅ ରାମଚନ୍ଦ୍ର ପୁର୍ତ୍ତୀ (୪୦) ବୋଲି ସୂଚନା ମିଳିଛି । ସେପଟେ ଖବର ପାଇ ଯାମଦା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଉଭୟଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.