ETV Bharat / state

ଶିମିଳିପାଳରେ ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

author img

By

Published : Dec 18, 2022, 9:03 AM IST

ଭାଲୁ ଆକ୍ରମଣ
ଭାଲୁ ଆକ୍ରମଣ

ଶିମିଳିପାଳ ଅଭୟାରଣ୍ୟରେ ଅଘଟଣ । ଡ୍ୟୁଟି ସମୟରେ ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ। ଅଧିକ ପଢନ୍ତୁ

ଭାଲୁ ଆକ୍ରମଣ

ବାରିପଦା: ଡ୍ୟୁଟି ସମୟରେ ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପିଠାବଟା ପ୍ରବେଶ ଫାଟକ ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଆମ୍ବଖାଦ ନିକଟରେ ଘଟିଛି ଏହି ଅଘଟଣ।

ସୂଚନାଅନୁସାରେ, ଶନିବାର ଅପରାହ୍ନରେ ବନ କର୍ମଚାରୀମାନେ ଡ୍ୟୁଟି କରୁଥିବା ସମୟରେ ହଠାତ ୩ଟି ଭାଲୁ ଦୁଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଆହତ କର୍ମଚାରୀମାନେ ହେଲେ ବେହାଲ ମହାନ୍ତ ଏବଂ ବୁଧୁରାୟ ହେମ୍ବ୍ରମ । ଭାଲୁ ଆକ୍ରମଣ ପରେ ଜଙ୍ଗଲରୁ କର୍ମଚାରୀ ମାନଙ୍କୁ ଆହତ ଅବସ୍ଥାରେ ପୀଠବତା ଗେଟ ନିକଟକୁ ଆଣି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଚିତପଟାଙ୍ଗ ହେବ ଶତ୍ରୁ, ଆସୁଛି INS Mormugao

ବେହାଲ ମହାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ବୁଧୁରାୟ ହେମ୍ବ୍ରମଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ ପରେ ଅନ୍ୟ ସାଥି ବନ କର୍ମଚାରୀମାନେ ଠେଙ୍ଗାରେ ଭାଲୁକୁ ପିଟିବା ପରେ ଭାଲୁ ଠାରୁ କର୍ମଚାରୀମାନଙ୍କୁ ବଞ୍ଚାଇ ପାରିଥିଲେ । ତେବେ ଆହତ ବନକର୍ମଚାରୀ ବୁଧୁରାୟ ହେମ୍ବ୍ରମଙ୍କ ଘର ବାରିପଦା ସଦର ଥାନା ଗୋଡ଼ିପୋଖରି ଗାଁର ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.