ETV Bharat / state

ବନ୍ୟାଜଳରେ ଭାସିଯାଇଥିବା ବୃଦ୍ଧା ଦମ୍ପତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

author img

By

Published : Aug 26, 2020, 4:34 PM IST

ବନ୍ୟାଜଳରେ ଭାସିଯାଇଥିବା ବୃଦ୍ଧା ଦମ୍ପତିଙ୍କୁ ଉଦ୍ଧାର କଲା ଅଗ୍ନିସମ ବିଭାଗ
ବନ୍ୟାଜଳରେ ଭାସିଯାଇଥିବା ବୃଦ୍ଧା ଦମ୍ପତିଙ୍କୁ ଉଦ୍ଧାର କଲା ଅଗ୍ନିସମ ବିଭାଗ

ଜମ୍ଭୀରା ନଦୀରେ ଭାସିଗଲେ ବୃଦ୍ଧ ଦମ୍ପତି। ଦୀର୍ଘ ସମୟ ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାଟୁଣି ଗାଁର ବୃଦ୍ଧ ଦମ୍ପତି ଜମ୍ଭୀରା ନଦୀ କୂଳରେ ଏକ ଚାଳ ଘରେ ରହୁଥିଲେ ।

ବାରିପଦା: ଜମ୍ଭୀରା ନଦୀରେ ଭାସିଗଲେ ବୃଦ୍ଧ ଦମ୍ପତି। ଦୀର୍ଘ ସମୟ ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାଟୁଣି ଗାଁର ବୃଦ୍ଧ ଦମ୍ପତି ଜମ୍ଭୀରା ନଦୀ କୂଳରେ ଏକ ଚାଳ ଘରେ ରହୁଥିଲେ । ଜମ୍ଭୀରା ନଦୀରେ ବନ୍ୟା ଆସିବାରୁ ବୃଦ୍ଧ ଦମ୍ପତିଙ୍କ ଘର ଭାଙ୍ଗିଯିବା ସହ ବନ୍ୟା ଜଳରେ ଭାସିଯାଇଥିଲା।

ବନ୍ୟାଜଳରେ ଭାସିଯାଇଥିବା ବୃଦ୍ଧା ଦମ୍ପତିଙ୍କୁ ଉଦ୍ଧାର କଲା ଅଗ୍ନିସମ ବିଭାଗ

ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ବନ୍ୟାଜଳରୁ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧ ଦମ୍ପତି ଦୁଇ ଜଣ ହେଲେ ଭଞ୍ଜ ବେଶ୍ରା (୬୫ ବୟସ) ଓ ଦୁଲୀ ହେମ୍ବ୍ରମ (୬୦ ବର୍ଷ)।

ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଚିକିତ୍ସା ପାଇଁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.