ETV Bharat / state

ତହସିଲଦାରଙ୍କ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର

author img

By

Published : Feb 5, 2021, 9:09 PM IST

tahasildar vehicle accident
ତହସିଲଦାରଙ୍କ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର

ବାରିପଦା ତହସିଲଦାରଙ୍କ ସରକାରୀ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର । ଗୁରୁତର ଛାତ୍ର ଉତ୍ତମ ନାୟକଙ୍କୁ ଚିକିତ୍ସା ପାଇଁ ପିଆରଏମ୍ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ବାରିପଦା: ତହସିଲଦାରଙ୍କ ସରକାରୀ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର । ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଛାତ୍ର ଜଣକ ବାରିପଦା ସହର ଦେଉଳସାହିର ଉତ୍ତମ ନାୟକ ସେ ମୟୂରଭଞ୍ଜ ଫାର୍ମାସିଷ୍ଟ ଏକାଡେମୀର ଛାତ୍ର ରହିଛନ୍ତି ।

ତହସିଲଦାରଙ୍କ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର

ସୂଚନା ଅନୁଯାୟୀ ବାରିପଦା ସଦର ଥାନା ଅନ୍ତର୍ଗତ ମଇଳା ଖାଦାନ ନିକଟରେ ତହସିଲଦାର ଗାଡି ଏବଂ ବିପରୀତ ଦିଗରୁ ଆସୁଥିବା ଛାତ୍ରଙ୍କ ବାଇକ ସହ ମୁଁହାମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ ତହସିଲଦାର ଏବଂ ତାଙ୍କ ସହ ଥିବା ଆର.ଆଇ. ୧ ଓ ୨, ଆହତ ହୋଇଥିବା ଛାତ୍ରଙ୍କୁ ସାହାଯ୍ୟ କରିବା ବଦଳରେ ଚମ୍ପଟ ମାରିଥିବା ଆହତ ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ତହସିଲଦାରଙ୍କ ଗାଡି ଚାଳକ ବେପାରୁଆ ଭାବେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଆହତ ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତି । ଆହତ ଛାତ୍ରର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.