ETV Bharat / state

ଗୋଡରେ ଚଢିଗଲା ଗାଡି, ଯୁବକ ଗୁରୁତର

author img

By

Published : Dec 27, 2019, 10:04 PM IST

ବେପରୁଆ ଗାଡି ଚାଳନା ଯୋଗୁଁ  ଜଣେ ଯୁବକଙ୍କ ଉପରେ ଚଢ଼ିଗଲା ଗାଡି । ଏଥିରେ ଯୁବକଙ୍କର ଡାହାଣ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଅଧିକ ପଢନ୍ତୁ..

rairangpur
ଗୋଡରେ ଚଢିଗଲା ଗାଡି, ଯୁବକ ଗୁରୁତର

ରାଇରଙ୍ଗପୁର: ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ ଯୁବକଙ୍କ ଉପରେ ଚଢ଼ିଗଲା ଗାଡି । ଏଥିରେ ଯୁବକଙ୍କର ଡାହାଣ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । । ଏପରି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ସିମିଳିନାଳି ଛକରେ । ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଗୁରୁତର ଥିବା ଯୁବକ ଜଣକ ଅଁଳାଜୁଡ଼ି ଗ୍ରାମର ରଘୁ ମହାନ୍ତ ବୋଲି ଜଣାପଡିଛି ।

ଗୋଡରେ ଚଢିଗଲା ଗାଡି, ଯୁବକ ଗୁରୁତର

ସୂଚନା ଅନୁଯାୟୀ ସିମିଳିନାଳି ଛକରେ ଏକ ଅଜଣା ଗାଡି ଯୁବକଙ୍କୁ ଧକ୍କା ଦେବାପରେ ଗୋଡ ଉପରେ ଚକ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଇରଙ୍ଗପୁର ହସ୍ପିଟାଲରୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଯୁବକଙ୍କ ଉପରେ ଚଢ଼ିଗଲା ଗାଡି, ଗୋଡ ଭାଙ୍ଗି ଚୁରମାର ।
ବେପରୁଆ ଗାଡି ଚାଳନା ଯୋଗୁ ଯୁବକଙ୍କ ଉପରେ ଚଢ଼ିଗଲା ଗାଡି। ଏପରି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ସିମିଳିନାଳି ଛକରେ। ସୂଚନା ଅନୁଯାୟୀ ସିମିଳିନାଳି ଛକରେ ଏକ ଅଜଣା ଗାଡି ଯୁବକଙ୍କୁ ଧକ୍କା ଦେବାପରେ ଗୋଡ ଉପରେ ଚକ ଚଢ଼ି ଯାଇଥିଲା।ଦୁର୍ଘଟଣାରେ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ଗୁରୁତର ଥିବା ଯୁବକ ଜଣକ ହେଲେ ଅଁଳାଜୁଡ଼ି ଗ୍ରାମର ରଘୁ ମହାନ୍ତ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଇରଙ୍ଗପୁର ହସ୍ପିଟାଲରୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.