ETV Bharat / state

ଜଙ୍ଗଲ ସୁରକ୍ଷା କମିଟିର ସଭାପତିଙ୍କୁ ଦଳିଦେଲା ଦନ୍ତା

author img

By

Published : Oct 1, 2019, 2:01 PM IST

Updated : Oct 1, 2019, 2:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଥମୁନି ହାତୀ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ବାରିପଦା: ଦନ୍ତା ହାତୀ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କମିଟି ସଭାପତି ମୃତ । ଚାଷ ଜମିକୁ ଯାଉଥିବା ବେଳେ ବେତନଟୀ ରେଞ୍ଜ ଜଙ୍ଗଲରେ ଦନ୍ତା ଦଳି ଦେଇଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ତି । ସେପଟେ କ୍ଷତିପୂରଣ ଦାବିରେ ମୃତ ଗଜେନ୍ଦ୍ରଙ୍କ ସ୍ଥାନରେ ତାଙ୍କ ପୁଅକୁ ଚାକିରି ଦେବାକୁ ନେଇ ଗ୍ରାମବାସୀଙ୍କ ଉତ୍ତେଜନା ଦେଖାଦେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମୃତ ଦେହକୁ ହାତ ଲଗେଇ ଦେଇନଥିଲେ ଗ୍ରାମବାସୀ । ଯେପର୍ଯ୍ୟନ୍ତ ବନ ବିଭାଗ ଚାକିରି ପାଇଁ ପ୍ରତିଶ୍ରୃତି ଦେଇନାହାଁନ୍ତି, ସେଯାଏ ମୃତ ଦେହକୁ ପକାଇ ରଖିଥିଲେ ଉତ୍ତ୍ୟକ୍ତ ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ସେପଟେ, ବନ ବିଭାଗ ପକ୍ଷରୁ ମୃତ ଗଜେନ୍ଦ୍ରଙ୍କ ପୁଅକୁ ବନ ବିଭାଗ ଦୈନିକ ମଜୁରୀରେ ଠିକା ନିଯୁକ୍ତ ଓ ମୃତକଙ୍କ ପରିବାରୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜକୁ ପଠାଯାଇଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:।


Body:ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ତା। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ମାଛୁଆ ଜଙ୍ଗଲ ରେ ଦନ୍ତା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ତ ଙ୍କ ମୃତ୍ୟୁ ହୋଇଛି। ଗଜେନ୍ଦ୍ର ଜଙ୍ଗଲ ସୁରକ୍ଷା କମିଟି ର ସଭାପତି ଥିବା ବେଳେ ମାଛୁଆ ଜଙ୍ଗଲ ଦେଇ ନିଜ ଚାଷ ଜମି କୁ ଯିବା ସମୟରେ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ତେବେ ଗଜେନ୍ଦ୍ର ଜଙ୍ଗଲ ପାଇଁ କାମ କରୁଥିବାରୁ ତାଙ୍କ ପୁଅକୁ ବନବିଭାଗ ରେ ଚାକିରୀ ପାଇଁ ଦାବି କରିଥିଲେ ଗ୍ରାମବାସୀ। ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ ପୁଅକୁ ବନ ବିଭାଗ ଚାକରି ପ୍ରତିଶ୍ରୁତି ନ ଦେଲେ ଶବ ଉଠେଇବା ପାଇଁ ଦେବେନି ଏ ନେଇ କିଛି ସମୟ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା।
ତେବେ ମୃତ ଗଜେନ୍ଦ୍ର ଙ୍କ ପୁଅକୁ ବନବିଭାଗ ଦୈନିକ ମଜୁରୀ ରେ ଠିକା ନିଯୁକ୍ତି ଓ ମୃତକ ଙ୍କ ପରିବାର କୁ ନିୟମ ଅନୁଯାୟୀ 4 ଲକ୍ଷ କ୍ଷତିପୂରଣ ପ୍ରତିଶ୍ରୁତି ଦେବାପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ କୁ ପଠାଯାଇଛି।
ବାଇଟ-ଶିରିଶ ଚନ୍ଦ୍ର ମହାନ୍ତ-ଜିଲ୍ଲା ପରିଷଦ ମେମ୍ବର
ବାଇଟ-ରଞ୍ଜନ ମହାନ୍ତ-ଗ୍ରାମବାସୀ
ବାଇଟ-ଘନଶ୍ୟାମ ସିଂ-ରେଞ୍ଜର-ବେତନଟୀ ରେଞ୍ଜ



Conclusion:
Last Updated :Oct 1, 2019, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.