ETV Bharat / state

5th Phase Voting: ସପରିବାର ସହ ରାଜ୍ୟସଭା ସାଂସଦ ମମତାଙ୍କ ମତଦାନ

author img

By

Published : Feb 24, 2022, 3:48 PM IST

ସରିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ମୟୂରଭଞ୍ଜ ରାଜ୍ୟସଭା ସାଂସଦ ମମତା ମହାନ୍ତ ସପରିବାର ସହିତ ମତଦାନ କରିଛନ୍ତି । ଅଧିକ ପଢନ୍ତୁ

5th Phase Voting: ସପରିବାର ସହ ରାଜ୍ୟସଭା ସାଂସଦ ମମତାଙ୍କ ମତଦାନ
5th Phase Voting: ସପରିବାର ସହ ରାଜ୍ୟସଭା ସାଂସଦ ମମତାଙ୍କ ମତଦାନ

ରାଇରଙ୍ଗପୁର: ଆଜି(ଗୁରୁବାର) ରାଜ୍ୟରେ ଶେଷ ହୋଇଛି ପଞ୍ଚମ ବା ଶେଷ ପର୍ଯ୍ୟାୟ ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ୩ଟି ବ୍ଲକରେ ପଡିଛି ଭୋଟ । ବିଶୋଇ, ବିଜାତଳା ଓ କୁସୁମୀ ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ମତଦାନ ଶେଷ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ମମତା ମହାନ୍ତ ସପରିବାର ସହିତ ଭୋଟ ଦେଇଛନ୍ତି ।

5th Phase Voting: ସପରିବାର ସହ ରାଜ୍ୟସଭା ସାଂସଦ ମମତାଙ୍କ ମତଦାନ

ବିଶୋଇ ବ୍ଲକ ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତର ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମର ୧ ନଂ ବୁଥରେ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି ମୟୂରଭଞ୍ଜ ରାଜ୍ୟସଭା ସାଂସଦ ମମତା । ନିଜ ପରିବାର ସହ ବୁଥକୁ ଯାଇ ଭୋଟ ଦେଇଛନ୍ତି ସେ। ବିଶୋଇ ବ୍ଲକ ୩୪ ନମ୍ବର ଜୋନରେ ମମତା ନିଜ ଯାଆଙ୍କୁ ବିଜେଡି ପ୍ରାର୍ଥିନୀ କରିଥିବାବେଳେ ବିଶୋଇ ବ୍ଲକର ଦୁଇଟି ଯାକ ଜୋନରେ ବିଜେଡି଼ ଭଲ କରିବା ସହ ଜିଲ୍ଲାର ୫୬ଟି ଯାକ ଜିଲ୍ଲା ପରିଷଦ ଆସନ ହାସଲ କରିବା ନେଇ ଆଶା ରଖିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.