ETV Bharat / state

ବ୍ଲକ ଅଧ୍ୟକ୍ଷଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ଘୋଷଣା କଲେ ପ୍ରଣବ ପ୍ରକାଶ

author img

By

Published : Jan 26, 2021, 8:08 PM IST

ମୟୂରଭଞ୍ଜ ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କ ବିୟୋଗରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ସେ ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ପ୍ରତୀକ୍ଷିତ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି ।

ବ୍ଲକ ଅଧ୍ୟକ୍ଷଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ଘୋଷଣା କଲେ ପ୍ରଣବ ପ୍ରକାଶ
ବ୍ଲକ ଅଧ୍ୟକ୍ଷଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ଘୋଷଣା କଲେ ପ୍ରଣବ ପ୍ରକାଶ

ରାଇରଙ୍ଗପୁର: ମୟୂରଭଞ୍ଜ ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କ ବିୟୋଗରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ସେ ସ୍ବର୍ଗତ ଅଧ୍ୟକ୍ଷଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ପ୍ରତିକ୍ଷିତ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ଯଥା- ଲାଇଲମ ଘାଟୀ ରାସ୍ତା ଓ ବହଳଦା ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ଲକ ଅଧ୍ୟକ୍ଷଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ଘୋଷଣା କଲେ ପ୍ରଣବ ପ୍ରକାଶ

ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ଝାଡଖଣ୍ଡକୁ ସଂଯୋଗ କରିଥିବା ଲାଇଲମ ଘାଟୀ ରାସ୍ତା ନିର୍ମାଣ ପାଇଁ ବ୍ଲକ ଅଧ୍ୟକ୍ଷ ଦୁଃଖୁ ସର୍ବଦା ଚେଷ୍ଟିତ ରହିଥିଲେ । ନିକଟରେ ସେ ଏକ କାର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ତାଙ୍କରି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଉକ୍ତ ଲାଇଲମ ଘାଟି ରାସ୍ତା ଓ ବହଳଦା ଠାରେ ଏକ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଘୋଷଣା କରିଛନ୍ତି । ଏହାସହ ସେ ସ୍ବର୍ଗତ ଅଧ୍ୟକ୍ଷଙ୍କ ନାବାଳକ ପିଲାମାନଙ୍କ ପାଠ ପଢାରେ ସହଯୋଗ ପ୍ରଦାନ କରିଯିବା ସହ ପରିବାର ବର୍ଗଙ୍କୁ ମଧ୍ୟ ସହାୟତା ଯୋଗାଇବାକୁ ଆଶ୍ବାସନା ଦେଇଛନ୍ତି ।

ପ୍ରଣବ ପ୍ରକାଶଙ୍କ ସହିତ ବିଜେଡିର ରାଜ୍ୟ ସମ୍ପାଦକ ଦେବାଶିଷ ମାର୍ଣ୍ଡିଙ୍କ ଓ ଅନ୍ୟ ବରିଷ୍ଠ ନେତାମାନେ ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କ ବାସ ଭବନରେ ପହଞ୍ଚି ତାଙ୍କ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ସମୟରେ ବହଳଦା ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ନାୟକ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.