ETV Bharat / state

ଜମିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Sep 10, 2019, 11:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା ସଦର ଥାନା ଚିରୁଳବେଢ଼ା ଗାଁର ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ରେମ ବ୍ୟାପାର ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପୋଲିସର ତଦନ୍ତ ଜାରି ।

ବାରିପଦା: ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବାରିପଦା ସଦର ଥାନା ପୋଲିସ । ମୃତ ଯୁବକ ଜଣଙ୍କ ବାରିପଦା ସଦର ଥାନା ଅଧୀନ ଶୁଡିଆମ ଗ୍ରାମର ରଜନୀ କାନ୍ତ ସିଂ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୃତ ଯୁବକ ଜଣଙ୍କ ଚିରୁଳବେଢ଼ା ଗାଁର ବିଲ ଭିତରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିବା ବେଳେ ବାରିପଦା ସଦର ଥାନା ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଝୁଲନ୍ତା ଅବସ୍ଥାରେ ଯୁବକ ର ମୃତ ଦେହ ଉଦ୍ଧାର କରିଛି ବାରିପଦା ସଦର ଥାନା ପୋଲିସ- ମୃତ ଯୁବକ ଜଣଙ୍କ ବାରିପଦା ସଦର ଥାନା ଅଧିନ ଶୁଡିଆମ ଗ୍ରାମର ରଜନୀ କାନ୍ତ ସିଂ ବୋଲି ଜଣାପଡିଛି- ମୃତ ଯୁବକ ଜଣଙ୍କ ସେହି ବାରିପଦା ସଦର ଥାନା ଚିରୁଳବେଢ଼ା ଗାଁ ର ବିଲ ଭିତରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି - ତେବେ ଯୁବକ ଜଣଙ୍କ ପ୍ରେମ ବ୍ୟାପାର କୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଥିବାବେଳେ ବାରିପଦା ସଦର ଥାନା ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଛି - ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ପଠାଇଛି ପୋଲିସConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.