ETV Bharat / state

ତୈଳ ଦର ବୃଦ୍ଧିକୁ ଅଭିନବ ଉପାୟରେ କଂଗ୍ରେସର ପ୍ରତିବାଦ

author img

By

Published : Jul 23, 2021, 10:40 PM IST

ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିଭିନ୍ନ ସମୟରେ ବିକ୍ଷୋଭ ଧାରଣା ଜାରି ରହିଛି । ତେବେ ଶୁକ୍ରବାର ବାରିପଦାରେ କଂଗ୍ରେସ ପକ୍ଷରୁ ୮୦ ଟଙ୍କାରେ ପେଟ୍ରୋଲ ବିକ୍ରି କରି ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧିକୁ ଅଭିନବ ଉପାୟରେ କଂଗ୍ରେସର ପ୍ରତିବାଦ
ତୈଳ ଦର ବୃଦ୍ଧିକୁ ଅଭିନବ ଉପାୟରେ କଂଗ୍ରେସର ପ୍ରତିବାଦ

ବାରିପଦା: ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ। ବାରିପଦା ସହର ଦାରଗାଡାହି ଗୋଳେଇରେ କଂଗ୍ରେସ ପକ୍ଷରୁ ଏକ ଆଉଟଲେଟ ଖୋଲାଯାଇ ସାଧାରଣ ଲୋକାଙ୍କୁ ପେଟ୍ରୋଲ ୮୦ ଟଙ୍କା ଏବଂ ଖାଇବା ତେଲ ୧୦୦ ଟଙ୍କାରେ ବିକ୍ରି କରାଯାଇଥିବା ଦେଖିବାକୁ ମିଳିଛି।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ବିଜେପି ସରକାର ଦରଦାମ ବୃଦ୍ଧି ରୋକିବାକୁ ଅସମର୍ଥ ହୋଇଥିବା ବେଳେ ସାଧାରଣ ଜନତା ଏଠି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ କଂଗ୍ରେସ ଓବିସି ସେଲର ରାଜ୍ୟ ସଂଯୋଜକ ସୁକୁମାର ପ୍ରଧାନ ଶୁକ୍ରବାର ପେଟ୍ରୋଲ ଓ ଖାଇବା ତେଲ ବିକ୍ରି କରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.