ETV Bharat / state

ବାରିପଦାରେ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

author img

By

Published : Oct 10, 2022, 9:22 PM IST

ବାରିପଦାରୁ ୧୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ
ବାରିପଦାରୁ ୧୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ବାରିପଦାରୁ ୧୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ । ସହରର ଶୁନଗଡ଼ିଆରୁ ୧୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ବିଭାଗର ଟିମ୍ । ଅଧିକ ପଢ଼ନ୍ତୁ

ବାରିପଦା : ବାରିପଦାରୁ ବ୍ରାଉନ ସୁଗାର ଜବତ । ସହରର ଶୁନଗଡ଼ିଆରୁ ୧୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ବିଭାଗର ଟିମ୍ । ଏହି ଘଟଣାରେ ଜଣେ ମହିଳାକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦) । ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ବାରିପଦା ସହରରେ ଚାଲିଛି ବେଧଡକ ବ୍ରାଉନସୁଗାର ବ୍ୟାପାର । ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିଲେ । ସହରର ଶୁନଗଡିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁଥିବା ନେଇ ଖବର ପାଇଥିଲେ ରାଜ୍ୟ ଅବକାରୀ ବିଭାଗର ଟିମ୍ । ଏନେଇ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ର ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେହେରାଙ୍କ ନେତୃତ୍ୱରେ ୨ଟି ୧୨ ଜଣିଆ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍‌ ଟିମ୍ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ୨୦ ନମ୍ବର ୱାର୍ଡର ଶୁନଗଡିଆ ଅଞ୍ଚଳରୁ ପାଖାପାଖି ୧୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ଏହି ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ହାପୋ ଘଡେଇ ନାମକ ମହିଳାକୁ ଗିରଫ କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ- ବାଲେଶ୍ବରରୁ ଆସୁଥିଲା ୩୦ ଲକ୍ଷର ବ୍ରାଉନ ସୁଗାର, ବାନ୍ଧିଲା ଭଦ୍ରକ ପୋଲିସ

ତେବେ ଆଜି ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ଖବରପାଇ ଭୁବନେଶ୍ବରରୁ ଆସି ବାରିପଦାରେ ଚଢାଉ କରିଥିଲା । ଫଳରେ ବ୍ୟାପକ ପରିମାଣର ବ୍ରାଉନସୁଗାର ଜବତ କରି ପାରିଛି ଅବକାରୀ ବିଭାଗ । ଏହି ଘଟଣାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଗିରଫ ମହିଳାଙ୍କ ଡାକ୍ତରୀମାଇନା ହେବାପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.