ETV Bharat / state

ବେଆଇନ ବାଲି ଚାଲାଣ ବେଳେ ପୋଲିସକୁ ଆକ୍ରମଣ, ୫ ଗିରଫ

author img

By ETV Bharat Odisha Team

Published : Sep 15, 2023, 7:08 AM IST

ପୋଲିସକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ
ପୋଲିସକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁରରେ ବେଆଇନ ବାଲି ଚାଲାଣ ରୋକିବା ସମୟରେ ପୋଲିସକୁ ଆକ୍ରମଣ ଘଟଣା । ୫ ଅଭିଯୁକ୍ତ ଗିରଫ


ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ ବେଳେ ପୋଲିସକୁ ଆକ୍ରମଣ । ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଉପରବେଡା ଗ୍ରାମର ସୁଶାନ୍ତ ମଣ୍ଡଳ, ରାଜୁ ମଣ୍ଡଳ, ଶୁଭ୍ରାଂଶୁ ଶେଖର ଗିରି ଓ ଗଣେଶ ପୂର୍ତ୍ତି ଏବଂ ଅନ୍ୟ ଜଣେ କେନ୍ଦ୍ରେଇ ଗ୍ରାମର ସନତ କୁମାର ରାଉତ । ୫ ଜଣଙ୍କୁ ଗିରଫ ସହ ଟ୍ରାକ୍ଟର ଜବତ କରାଯାଇଛି । ଅଭିଯୁକ୍ତମାନେ ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ କରୁଥିଲେ । ପୋଲିସ ବାଲି ଜବତ କରିବାରୁ ସେମାନେ ଆକ୍ରମଣ କରିଥିଲେ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସ୍ଥିତ କାଦୁଆଣୀ ଛକ ନିକଟରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ । ସେହି ସମୟରେ ହଠାତ୍ ୫ ଜଣ ଆସି ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉକ୍ତ ଟ୍ରାକ୍ଟରକୁ ଜବତ କରିଛି ।

ଏହାମଧ୍ୟ ପଢନ୍ତୁ: ଜମିବାଡି ଭାଗବଣ୍ଟାକୁ କେନ୍ଦ୍ର କରି ଭାଇକୁ ଆକ୍ରମଣ କଲା ଭାଇ, 4 ଗିରଫ

ଘଟଣାରୁ ପ୍ରକାଶ ଯେ, ହାଟବାଦଡା ଫାଣ୍ଡି ଅନ୍ତର୍ଗତ ହାଟବାଦଡା ଲ୍ୟାମ୍ଫ୍ସର ନିର୍ମାଣ କାର୍ଯ୍ୟ ଚାଲୁଥିବା ହେତୁ ସେଠାରେ ନିୟୋଜିତ ଥିବା ଠିକାଦାର ବିଭିନ୍ନ ସ୍ଥାନରୁ ଇଟା ବାଲି ସିମେଣ୍ଟ ଆଦି ସାମଗ୍ରୀ ମଗାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ନିକଟସ୍ଥ କାହ୍ନୁ ନଦୀରୁ ବାଲି ନେଇ ଉକ୍ତ ସ୍ଥାନକୁ OD11J 4634 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଏକ ଟ୍ରାକ୍ଟର ପହଞ୍ଚିବା ପରେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । ଟ୍ରାକ୍ଟର ଚାଳକ ବାଲି ବୋଝେଇ ସମ୍ବନ୍ଧୀୟ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ । ଫଳରେ ବାଲି ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରୁଥିବା ସମୟରେ ଟ୍ରାକ୍ଟର ମାଲିକ, ଦୁଇ ଜଣ ଲ୍ୟାମ୍ଫ୍ସ କର୍ମଚାରୀ ଓ ଅନ୍ୟ ଦୁଇ ଜଣ ସେଠାରେ ପହଞ୍ଚି ଥିଲେ । ସେମାନେ ବାଲି ଅନଲୋଡ କରିବା ସହ ପୋଲିସ ସାଙ୍ଗରେ ଯୁକ୍ତିତର୍କ କରି ଆକ୍ରମଣ କରିଥିଲେ । ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସମସ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଗଞ୍ଜେଇ ଗାଡ଼ି ସନ୍ଦେହରେ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଲା ଅବକାରୀ ସ୍କ୍ୱାଡ୍‌, ବଢିଲା ଉତ୍ତେଜନା

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.