ETV Bharat / state

ଜିମିବାଡି ଭାଗବଣ୍ଟାକୁ କେନ୍ଦ୍ର କରି ଭାଇକୁ ଆକ୍ରମଣ କଲା ଭାଇ, 4 ଗିରଫ

author img

By ETV Bharat Odisha Team

Published : Sep 14, 2023, 10:22 PM IST

ସମ୍ପତ୍ତି କଲା ଅନ୍ଧ । ଜିମିବାଡିକୁ କେନ୍ଦ୍ର କରି ଭାଇକୁ ଧନୁ ତୀରରେ ଆକ୍ରମଣ କଲା ଭାଇ । 4ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସମ୍ପତ୍ତି କଲା ଅନ୍ଧ
ସମ୍ପତ୍ତି କଲା ଅନ୍ଧ

ମାଲକାନଗିରି: ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ବଇରି ସାଜିଲା ଭାଇ । ଜିମିବାଡ଼ି ଲୋଭରେ ଭାଇକୁ ଧନୁ ତୀରରେ ଆକ୍ରମଣ କଲା ଭାଇ । ଜମି ବିବାଦକୁ କେନ୍ଦ୍ର କରି ନିଜ ବଡ଼ବାପା ପୁଅ, ଦାଦା ପୁଅଭାଇକୁ ଧନୁତୀରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମଲାଭରମ୍ ପଞ୍ଚାୟତର କମାରଗୁଡା ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ଯୁବକ ବୋଜି ବେଟିକୁ ଗୁରୁତର ଅବସ୍ଥାରେ ଏମଭି ୭୯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୪ଜଣଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ମଲାଭରମ୍ ପଞ୍ଚାୟତର କମାରଗୁଡା ଗ୍ରାମରେ ଆଜି ଏପରି ଅଭାବନୀୟ ଘଟଣା ଘଟିଛି। ଜମିବାଡି ଭାଗବଣ୍ଟାକୁ କେନ୍ଦ୍ର କରି ବୋଜି ବେଟିଙ୍କ ଉପରେ ତାଙ୍କର ବଡବାପା ପୁଅ ଭାଇ ଧନୁତୀରରେ ଆକ୍ରମଣ କରିଥିଲା । ଯାହା ଫଳରେ ବୋଜିଙ୍କ ହାତରେ ୩ଟି ତୀର ପଶି ଯାଇଥିବା ବେଳେ ପିଠିରେ ଗୋଟିଏ ତୀର ବାଜିଥିଲା । ଘଟଣାସ୍ଥଳରେ ବୋଜିଙ୍କ ପରିବାର ଲୋକେ ପହଞ୍ଚି ବୋଜିଙ୍କୁ ଏମଭି ୭୯ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଦେହକୁ ପ୍ରବଳ ରକ୍ତସ୍ରାବ ହୋଇଯାଇଥିବା କାରଣରୁ ସେ ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନନ୍ତର କରିବାକୁ ପରାମର୍ଶ ଦେଇଥିଲେ । ହେଲେ କାଲିମେଳାରେ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୬ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି । ତେଣୁ ଗୁରୁତର ବୋଜିଙ୍କୁ ମାଲକାନଗିରି ମେଡିକାଲ ନେବା ସମ୍ଭବ ନହେବାରୁ ଏମଭି-୭୯ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ବୋଜିଙ୍କ ସ୍ବାସ୍ଥ୍ୟାବସ୍ତା ଠିକ୍ ଥିବା ଡାକ୍ତର ସୂଚନା ଦେଇଛିନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀକୁ ଆସିଲା ହୃଦଘାତ, ଚାଲିଗଲା ଜୀବନ

ତେବେ ଏସମ୍ପର୍କରେ ବୋଜିଙ୍କ ପରିବାର ମୋଟୁ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏକ ମାମଲା ରୁଜୁ କରି ୪ଜଣକୁ ଗିରଫ କରିଥିବା ମଟୁ ଥାନା ଅଧିକାରି ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.