ETV Bharat / bharat

ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀକୁ ଆସିଲା ହୃଦଘାତ, ଚାଲିଗଲା ଜୀବନ

author img

By ETV Bharat Odisha Team

Published : Sep 3, 2023, 10:46 AM IST

Man Dies After Shooting Wife Dead
Man Dies After Shooting Wife Dead

ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ବାମୀ । କିଛି ସମୟ ପରେ ହୃଦଘାତରେ ଆସିବାରୁ ଚାଲିଗଲା ସ୍ବାମୀର ଜୀବନ । ଅଧିକ ପଢନ୍ତୁ

ମୁମ୍ବାଇ: ଏମିତିବି ଆସେ ମୃତ୍ୟୁ । ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ହୃଦଘାତର ଶିକାର ହେଲା ସ୍ବାମୀ । ସ୍ତ୍ରୀ ମୃତ୍ୟୁର କିଛି ସମୟ ପରେ ସ୍ବାମୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ମୁମ୍ବାଇର ଥାନେ ଅଞ୍ଚଳରେ । ଶୁକ୍ରବାର ରାତି 10ଟା 15 ମିନିଟ ସମୟରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ଦମ୍ପତି ହେଉଛନ୍ତି ଦିଲ୍ଲୀପ ସାଲଭି ଓ ତାଙ୍କ ସ୍ତ୍ରୀ ପ୍ରମିଳା ।

ଏହା ମଧ୍ୟ ପଢନ୍ତୁ-Telangana: ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା, ଭଉଣୀ ଓ ପ୍ରେମିକର ସମ୍ପୃକ୍ତି ଅଭିଯୋଗ

ପୋଲିସର ସୂଚନା ଅନୁଯାୟୀ, ଦିଲ୍ଲୀପ ସାଲଭି ଶୁକ୍ରବାର ରାତିରେ ଘରକୁ ଫେରିବା ପରେ ପତ୍ନୀଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ମୃତ ଦିଲ୍ଲୀପ ଏକ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସ୍ତ୍ରୀକୁ ହତ୍ୟା କରିଥିଲା । ଏହାର କିଛି ସମୟ ପରେ ହୃଦଘାତ ଆସିବାରୁ ତଳେ ପଡିଯାଇଥିଲେ ଦିଲ୍ଲୀପ । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଯୌନ ଶୋଷଣ କରୁଥିଲେ ଟ୍ୟୁସନ ସାର୍‌, ଗଳାକଟି ହତ୍ୟା କଲା ନାବାଳକ

ଯେତେବେଳେ ଦିଲ୍ଲୀପ ପ୍ରମିଳାଙ୍କ ଉପରକୁ ଗୁଳି ଚଳାଇଥିଲେ ସେତେବେଳେ ସେ ତାଙ୍କ ପୁଅକୁ ଚିତ୍କାର କରି ଡାକିଥିଲେ । କିନ୍ତୁ ପୁଅ ପହଞ୍ଚିବା ପୂର୍ବରୁ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା । କେଉଁ କାରଣକୁ ନେଇ ଦିଲ୍ଲୀପ ତାଙ୍କ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତ ଦମ୍ପତିଙ୍କ ପୁଅକୁ ପଚରାଉଚରା କରାଯାଇପାରେ । ଦିଲ୍ଲୀପ ସାଲଭି କାଲୱା ଅଞ୍ଚଳରେ ଏକ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ସ୍ଥାନୀୟ ରାଜନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା ପୋଲିସ କହିଛି।

ଏହା ମଧ୍ୟ ପଢନ୍ତୁ-ପରିବାରକୁ ଛାରଖାର କଲା ନିଶା, ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କଲା ସ୍ବାମୀ

ଗତ ଏପ୍ରିଲ ମାସରେ ତ୍ରିପୁରାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ୨ଖଣ୍ଡ କରି ଜଙ୍ଗଲରେ ଲୁଚାଇଥିଲା ପିଶାଚ ସ୍ବାମୀ । ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ସ୍ତ୍ରୀର ୨ଖଣ୍ଡ ଶରୀରକୁ ଉଦ୍ଧାର କରିଥିଲା ପୋଲିସ । ମୃତ ମହିଳା ହେଲେ ତନୁଜା ବେଗମ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.