ETV Bharat / bharat

Telangana: ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା, ଭଉଣୀ ଓ ପ୍ରେମିକର ସମ୍ପୃକ୍ତି ଅଭିଯୋଗ

author img

By ETV Bharat Odisha Team

Published : Sep 2, 2023, 9:14 PM IST

Etv Bharat
Etv Bharat

ପ୍ରେମିକ ସହ ସୁନା ଅଳଙ୍କାର ଧରି ଚମ୍ପଟ ମାରୁଥିଲା ଭଉଣୀ । ଅଟକାଇବାରୁ ବଡ଼ ଭଉଣୀକୁ ହତ୍ୟା କଲା ସାନ ଭଉଣୀ । ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏହି ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ହାଇଦ୍ରାବାଦ: ବଡ଼ ଭଉଣୀକୁ ହତ୍ୟା କଲା ସାନ ଭଉଣୀ । ଘରୁ ଟଙ୍କା, ସୁନା ରୂପା ଧରି ପ୍ରେମିକ ସହିତ ଫେରାର ହେଉଥିବା ବେଳେ ବାଧା ଦେବାରୁ ହତ୍ୟା କରିବାକୁ ପଛାଇଲାନି ସାନ ଭଉଣୀ । ଏହି ହତ୍ୟାକାଣ୍ଡରେ ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ବି ଦିପ୍ତିଙ୍କ ଘଟିଛି ମୃତ୍ୟୁ । ଏଭଳି ଏକ ହୃଦୟବିଦାରକ ଘଟଣା ତେଲେଙ୍ଗାନା ଜାଗିତ୍ୟାଲା ଜିଲ୍ଲାରେ ଘଟିଛି । ପୋଲିସ ଫେରାର ହେଉଥିବା ବେଳେ ଅଭିଯୁକ୍ତ ସାନ ଭଉଣୀ ଓ ତାର ପ୍ରେମିକକୁ ଗିରଫ କରିଛି ।

ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇ ଜାଗିତ୍ୟାଲା ଜିଲ୍ଲା ସୁପରିଟେଣ୍ଡେଣ୍ଟ ଏ ଭାସ୍କର କହିଛନ୍ତି, " ମୃତ ଯୁବତୀ ଦିପ୍ତି ନିଜ ଭଉଣୀ ଓ ତାର ପ୍ରେମିକକୁ ଅଟକାଇବା ବେଳେ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଦିପ୍ତିଙ୍କ ସାନ ଭଉଣୀ ବି ଚାନ୍ଦନା ଓ ପ୍ରେମିକ ଉମର ଶୈଖ ଘରୁ ୧.୨ ଲକ୍ଷ ଟଙ୍କା ଓ ୭୦ ଭରି ସୁନା ସହିତ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ । ଦିପ୍ତି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ସେମାନେ ହତ୍ୟା କରିଛନ୍ତି । ଅଭିଯୁକ୍ତ ୨ ଜଣ କାର ଯୋଗେ ନାଗପୁରକୁ ଯାଉଥିବା ସମୟରେ ଅରମୋରୁ-ବାଲକୋଣ୍ଡା ରୋଡ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି । ପଚରାଉଚରା ସମୟରେ ୨ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି । "

ଏହା ବି ପଢନ୍ତୁ- ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍

ପୋଲିସର କହିବା ଅନୁସାରେ ଦିପ୍ତିଙ୍କ ସାନ ଭଉଣୀ ଚାନ୍ଦନା ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିବା ସମୟରେ ଉମରଙ୍କୁ ଭେଟିଥିଲା । ସେମାନେ ପ୍ରେମର ପଡ଼ିଥିବା ବେଳେ ବିବାହ କରିବାକୁ ସ୍ଥିର କରିଥିଲେ । ଉମର ଚାନ୍ଦନାକୁ କହିଥିଲା ଯେ ସେମାନଙ୍କ ବିବାହ ଓ ଆଗାମୀ ଭବିଷ୍ୟତ ଲାଗି ଅର୍ଥର ଆବଶ୍ୟକତା ରହିଛି । ଏହାପରେ ଚାନ୍ଦନା ଘରକୁ ଫେରି ଜାଣିବାକୁ ପାଇଥିଲେ ଯେ ପିତାମାତା ଘରେ ନାହାନ୍ତି । ଏହାର ସୁଯୋଗ ନେଇ ସେ ଅର୍ଥ ଓ ସୁନା ଗହଣା ଠୁଳ କରିଥିଲେ । ଏହାପରେ ସେ ପ୍ରେମିକକୁ ଡାକି ଘରୁ ପଳାୟନ କରିବା ଲାଗି ଯୋଜନା କରିଥିଲା । ଉମର ହାଇଦ୍ରାବାଦରେ ରହୁଥିବା ବେଳେ ତାକୁ କୋରଟଲା ନିକଟକୁ ଆସିବାକୁ ଚାନ୍ଦନା କହିଥିବା ପୋଲିସ କହିଛି ।

ଅଗଷ୍ଟ ୨୮ ତାରିଖରେ ଉମର କୋରୁଟଲାରେ ପହଞ୍ଚିଥିଲା । ଯୋଜନା ମୁତାବକ ଚାନ୍ଦନା କିଛି ମାଦକ ଦ୍ରବ୍ୟ ଆଣି ବଡ଼ ଭଉଣୀ ଦିପ୍ତିକୁ ଦେଇଥିଲା । ଦିପ୍ତି ନିଶାସକ୍ତ ଅବସ୍ଥାରେ ଥିବା ସମୟରେ ସାନ ଭଉଣୀ ଚାନ୍ଦନା ପ୍ରେମିକକୁ ଡାକିଥିଲା । ଏହାପରେ ଘରୁ ୧.୨ ଲକ୍ଷ ଟଙ୍କା ଓ ୭୦ ଭରି ସୁନା ଧରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଠିକ ଏହି ସମୟରେ ଦିପ୍ତି ଉଠି ଉଭୟଙ୍କୁ ଅଟକାଇଥିଲେ । ଏହାପରେ ଚାନ୍ଦନା ଓ ପ୍ରେମିକ ଉମର ଏକ କପଡ଼ାରେ ଦିପ୍ତିଙ୍କ ଗଳା ଚିପି ହତ୍ୟା କରିଥିଲେ । ଏହାପରେ ଚାନ୍ଦନା ପ୍ରେମିକ ଘରେ ରହିବା ପରେ ନାଗପୁର ଅଭିମୁଖେ ବାହାରିଥିଲେ । ପୋଲିସ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ କରି ସାନ ଭଉଣୀ ଚାନ୍ଦନା ନିକଟରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.