ETV Bharat / state

ଶୋଇଥିଲେ ଚୋଟ ମାରିଲା ସାପ, ମୃତ୍ୟୁ ପୂର୍ବରୁ ବିଷଧରକୁ ମାରିଲେ ଯୁବକ

author img

By ETV Bharat Odisha Team

Published : Sep 3, 2023, 9:01 AM IST

ବିଷାକ୍ତସାପ କାମୁଡାରେ ଯୁବକ ମୃତ
ବିଷାକ୍ତସାପ କାମୁଡାରେ ଯୁବକ ମୃତ

ମାଲକାନଗିରିରେ ବିଷାକ୍ତ ସାପ କାମୁଡାରେ ଯୁବକ ମୃତ । ମୃତ୍ୟୁ ପୂର୍ବରୁ ସାପକୁ ମାରିଦେଲେ ଯୁବକ । ଅଧିକ ପଢନ୍ତୁ

ବିଷାକ୍ତସାପ କାମୁଡାରେ ଯୁବକ ମୃତ

ମାଲକାନଗିରି: ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସର୍ପାଘାତ ମୃତ୍ୟୁ ସଂଖ୍ୟା । ପୁଣି ସାପ କାମୁଡାରେ ଚାଲିଗଲା ନିରୀହ ଜୀବନ । ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲ କାଲିମେଳା ଥାନା ଅନ୍ତର୍ଗତ ମାରନପଲ୍ଲୀ ଗାଁରେ । ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କୁ ଦଂଶନ କରିଥିବା ସାପଟିକୁ ମଧ୍ୟ ମାରିଦେଇଥିବା ଜଣାପଡିଛି । ମୃତ ଯୁବକ ହେଉଛନ୍ତି ସୁରେଶ କରାମି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଜଗା କରାମିଙ୍କ ପୁଅ ସୁରେଶ କରାମି ଖାଇ ପିଇ ଘରେ ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଘର ମଧ୍ୟକୁ ପ୍ରବେଶ କରି ଯୁବକଙ୍କ ଉପରକୁ ଚଢିଯାଇଥିଲା ହଠାତ ସୁରେଶ ଉଠି ପଡିବାରୁ ସାପଟି ତାଙ୍କ ଆଙ୍ଗୁଠିକୁ କାମୁଡି ଦେଇଥିଲା । ଏହାପରେ ସେ ସାପଟିକୁ ମାରି ଦେଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ଲୋକ ସୁରେଶଙ୍କୁ କାଲିମେଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୁରେଶଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନାବାଳକକୁ ଦଂଶିଲା ବିଷଧର, ଚାଲିଗଲା ଜୀବନ

ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କହିଛନ୍ତି । ଅନ୍ୟପଟେ କାଲିମେଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ଏକ ମାତ୍ର ରୋଜଗାରିଆ ପୁଅକୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସୂଚନା ମୁତାବିକ, ଜିଲ୍ଲାରେ ଅଗଷ୍ଟ ମାସ ଶେଷ ସୁଧା ବିଭିନ୍ନ ଚିକିତ୍ସାଳୟରେ ସାପ କାମୁଡାରେ 300ରୁ ଊର୍ଦ୍ଧ୍ବ ଜଣଙ୍କର ଚିକିତ୍ସା କରାଯିବା ସହ 16ଜଣଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ

ଗତ ଅଗଷ୍ଟ 19 ତାରିଖରେ ମୟୂରଭଞ୍ଜରେ ସର୍ପାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ବାଦାମପାହାଡ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ ପ୍ରଦୀପ ହେମ୍ବ୍ରମଙ୍କ ପୁଅ ମୁକେଶ ହେମ୍ବ୍ରମଙ୍କ ସାପ ଦଂଶନରେ ମୃତ୍ୟୁ ହୋଇଥିଲା । ଜୁଲାଇ 13 ତାରିଖରେ ମୟୂରଭଞ୍ଜ ବହଳଦା ଥାନା ଅନ୍ତର୍ଗତ ସୋସୋ ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି ମାନବୀର ଗ୍ରାମର ରାମଚନ୍ଦ୍ର ଦେଓଗାମଙ୍କ 14 ବର୍ଷର ପୁଅ ଜଗନ୍ନାଥ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.