ETV Bharat / state

Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ

author img

By

Published : Jul 23, 2023, 12:13 PM IST

Updated : Jul 23, 2023, 2:20 PM IST

କେନ୍ଦୁଝରରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ବିଷଧର ସାପ କାମୁଡାରେ ତିନି ଛାତ୍ରଛାତ୍ରୀ ମୃତ। ଅଧିକ ପଢନ୍ତୁ

three students died after snake bite
three students died after snake bite

three students died after snake bite

କେନ୍ଦୁଝର: ବର୍ଷା ଦିନରେ ଭୟ ବଢାଇଛି । ପୁଣି ଜୀବନ ନେଲା ସାପ । ସାପ କାମୁଡାରେ 3ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ନିଶ୍ଚିତପୁର ଜାଲି ଅଞ୍ଚଳରେ । ଏଠାରେ ଥିବା ଏକ କୋଚିଂ ସେଣ୍ଟରରେ 4 ଜଣ ଛାତ୍ରଛାତ୍ରୀଙ୍କୁ ସାପ କାମୁଡିଥିବା ଜଣାପଡିଛି । ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ 3ଜଣଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଶୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଦଂଶନ କରିଥିଲା ସାପ । ଗୁରୁତରକୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ମଧ୍ୟରୁ 2 ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବର୍ଷା ଦିନେ ବାହାରେ ଗାଡି ରଖୁଥିଲେ ସାବଧାନ ! ପଶିପାରେ ବିଷଧର

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଶିକ୍ଷକ କୋଚିଂ ସେଣ୍ଟର ଖୋଲି ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ । ସମସ୍ତଙ୍କ ପାଇଁ ହଷ୍ଟେଲର ସୁବିଧା ମଧ୍ୟ ରହିଥିଲା । ଗତକାଲି( ଜୁଲାଇ 22) ରାତିରେ ହଷ୍ଟେଲରେ ଛାତ୍ରଛାତ୍ରୀ ମାନେ ଶୋଇଥିବା ବେଳେ ଏକ ସାପ ଭିତରକୁ ପ୍ରବେଶ କରି 4 ଜଣଙ୍କ ଦଂଶନ କରିଥିଲା । ଉକ୍ତ ଶିକ୍ଷକ ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଜି (ଜୁଲାଇ 23) ଘଟଣା ପ୍ରଘଟ ହୋଇଥିଲା । ଘଟଣାସ୍ଥଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ପହଞ୍ଚି ଚିକିତ୍ସା ନିମନ୍ତେ ନିଜ ପିଲାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ଜଣକୁ କଟକ ସ୍ଥାନାନ୍ତର କରିଥିଲେ । ଉକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ବୟସ ଓ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ତଳେ ବୁଲୁଛି ଫ୍ୟାନ, ଉପରେ ଝୁଲୁଛି ସାପ

ବର୍ଷାମାନ ବର୍ଷା ଲାଗି ରହିଥିବାରୁ ସାପଙ୍କ ଚଳପ୍ରଚଳ ବୃଦ୍ଧି ହୋଇଛି । ଘରେ ହେଉକି ବାହାରେ ଜୁଆଡେ ଗଲେ ମନରେ ସାପ ଭୟ ରହୁଛି । କାହିଁକିନା କେତେ ବେଳେ କେଉଁ ପରିସ୍ଥିତିରେ ସାପ କାମୁଡିବ ତାହା କାହାକୁ ବି ଜଣାନାହିଁ । କିଛିଦିନ ପୂର୍ବେ ପୁରୀ ଜିଲ୍ଲାରେ ଏକ ସାପ ଜଣଙ୍କ ଘରକୁ ପ୍ରବେଶ କରି ଘରର ଫ୍ୟାନ ଉପର ତାରରେ ଝୁଲିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପରିବାର ଲୋକେ ଭୟଭିତ ହୋଇପଡିଥିଲେ । ସ୍ନେକ ହେଲ୍ପଲାଇନ ସଦଦ୍ୟ ସାପଟିକୁ ଉଦ୍ଧାର କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଘରେ କାମୁଡିଲା ସାପ, ହସ୍ପିଟାଲରେ ସାପକୁ ଧରି ପହଞ୍ଚିଲେ ଯୁବକ

ଇଟିଭି ଭାରତ, କେନ୍ଦୁଝର

Last Updated :Jul 23, 2023, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.