ପ୍ରେମ-ପ୍ରତାରଣା: ପତ୍ନୀ ମାନ୍ୟତା ପାଇଁ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା

author img

By

Published : Nov 26, 2022, 7:20 PM IST

ପ୍ରେମ, ସେକ୍ସ ଏବଂ ଧୋକ୍କା: ପତ୍ନୀର ମାନ୍ୟତା ପାଇଁ ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା

ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନାରେ ପ୍ରେମ, ସେକ୍ସ ଏବଂ ଧୋକ୍କା ନେଇ ଏତଲା ଦାଏର ହୋଇଛି । ପୀଡ଼ିତା ପତ୍ନୀର ମାନ୍ୟତା ଦାବି କରି ଅଭିଯୁକ୍ତ ଘର ସାମନାରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ପତ୍ନୀର ମାନ୍ୟତା ଦାବି କରି ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା । ଜିଲ୍ଲାର ଏମଭି-୭୯ ଥାନାରେ ଯୁବତୀ ଜଣକ ପ୍ରେମ, ସେକ୍ସ ଏବଂ ଧୋକ୍କା ନେଇ ଏକ ଏତଲା ଦାଏର କରିଛନ୍ତି । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଗର୍ଭବତୀ ଥିବା ବେଳେ ପତ୍ନୀର ମାନ୍ୟତା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ପତ୍ନୀ ମାନ୍ୟତା ପାଇଁ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ନିଜର ରୋଗୀଣା ବାପା ମା'ଙ୍କୁ ନେଇ ଏମଭି-୭୨ ଗ୍ରାମରେ ରହୁଥିବା ବେଳେ ତାଙ୍କର ବାପା ଓ ମା' କିଡନୀ ରୋଗରେ ପୀଡିତ ହୋଇଥିଲେ । ଏପରିକି ଗତ ୫ ବର୍ଷ ତଳେ ଯୁବତୀଙ୍କ ଭାଇର କିଡନୀ ଖରାପ ହେବାରୁ ସେ ନିଜର ଗୋଟିଏ କିଡନୀ ଦେଇ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଦୁଇ ବର୍ଷ ପରେ ତାଙ୍କ ଭାଇର ମୃତ୍ୟୁ ହୋଇଥିଲା । ଏପରି ପରିସ୍ଥିତିରେ ରୋଗିଣା ବାପାମା'ଙ୍କ ଦୁର୍ଦ୍ଦିନ ସମୟରେ ଅଚାନକ ଏମଭି-୭୯ ଗ୍ରାମର ଅଭିଯୁକ୍ତ ସଞ୍ଜୀବ ପାଲଙ୍କ ସହିତ ତାଙ୍କର ଦେଖା ହୋଇଥିଲା ।

ଏହା ବି ପଢନ୍ତୁ- ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା କମ୍ପ୍ୟୁଟର ଶିକ୍ଷା

ଅଭିଯୁକ୍ତ ଜଣକ ସାହାଯ୍ୟର ହାତ ବଢାଇବା ଛଳନା କରି ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା । ସଞ୍ଜୀବ ବିବାହିତ ଥିଲେ ମଧ୍ୟ ଯୁବତୀଙ୍କ ପ୍ରେମରେ ପଡିଲା । ଯୁବତୀ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ଦୀର୍ଘ ତିନି ବର୍ଷ ଧରି ଶାରିରୀକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଏହା ପରେ ସ୍ତ୍ରୀ ଭାବେ ଗ୍ରହଣ କରିବା ପାଇଁ ପୀଡିତା ସଞ୍ଜୀବର ଘରେ ଯାଇ ଧାରଣା ଦେଇଥିଲେ । ତେବେ ସଞ୍ଜୀବଙ୍କ ପରିବାର ଲୋକେ ମିଶି ତାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.