ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା କମ୍ପ୍ୟୁଟର ଶିକ୍ଷା

author img

By

Published : Nov 24, 2022, 4:15 PM IST

Updated : Nov 24, 2022, 4:49 PM IST

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା କମ୍ପ୍ୟୁଟର ଶିକ୍ଷା

ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ BSF ତରଫରୁ ସ୍ବାଭିମାନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା କମ୍ପ୍ୟୁଟର ଶିକ୍ଷା । ଅଧିକ ପଢନ୍ତୁ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ କମ୍ୟୁଟର ଶିକ୍ଷା । ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଏସଏଫ ତରଫରୁ ସ୍ବାଭିମାନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହୋଇଛି । ଯନ୍ତାପାଇଠାରେ ଆନୁଷ୍ଠାନିକ ଭାବେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫର କମାଣ୍ଡାଣ୍ଟ ଓମ ଶିବ, ସେକେଣ୍ଟ ଇନ କମାଣ୍ଡାଣ୍ଟ ସଂଜୟ ଦାସ, BDO ରଘୁନାଥ ମୁଣ୍ଡାରୀ, ତହସିଲଦାର ଟି.ପଦ୍ମନାଭ ଦୋରା ସମେତ ବିଏସଏଫର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା କମ୍ପ୍ୟୁଟର ଶିକ୍ଷା

ଦୁର୍ଗମ ଅଞ୍ଚଳରେ ବିଏସଏଫ ନକ୍ସଲ ଦମନ ପାଇଁ କାମ କରିବା ସହ ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଏବଂ ଖେଳ ପ୍ରତି କିପରି ମନ ବଳାଇବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି । ଏଥିସହ ଏହି ଅଞ୍ଚଳରେ ଯୁବକ ଯୁବତୀମାନେ କିପରି ଅନ୍ୟ ସ୍ଥାନକୁ ଭ୍ରମଣ କରି ଶିକ୍ଷା ଲାଭ କରିବେ ସେନେଇ ମଧ୍ୟ ପ୍ରୟାସ କରାଯାଉଛି । ତେବେ ଦୁର୍ଗମ ଅଞ୍ଚଳରେ ପିଲାମାନେ ଯେପରି କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ଏହି ପ୍ରୟାସ କରାଯାଇଥିବା କୁହାଯାଇଛି । ଭବିଷ୍ୟତରେ କୌଣସି କାର୍ଯ୍ୟ କରିବାକୁ ହେଲେ କମ୍ପ୍ୟୁଟରର ଆବଶ୍ୟକ ପଡୁଛି । ଏଥିସହ ବଭିନ୍ନ କାର୍ଯ୍ୟ ଏହି ଅଞ୍ଚଳର ଲୋକଙ୍କୁ ସହରକୁ ଯାଇ କମ୍ପ୍ୟୁଟରରେ କାମ କରିବାକୁ ପଡୁଛି । ତେଣୁ ଏଠାରେ ସେସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି BSF ତରଫରୁ କୁହାଯାଇଛି ।

ବିଏସଏଫର ବିଜ୍ଞ କମ୍ପ୍ୟୁଟର ତାଲିମଦାତାମାନେ ରହିଛନ୍ତି । ସେମାନେ ନିୟମିତ ଏହି ଅଞ୍ଚଳର ପିଲାଙ୍କୁ ଶିକ୍ଷା ଦେବେ । ସ୍ବାଭିମାନ ଅଞ୍ଚଳର ବହୁ ଗ୍ରାମରେ ରହିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାର ଅନ୍ୟ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏଭଳି କମ୍ୟୁଟର ଶିକ୍ଷାର ପ୍ରଚାର ପ୍ରସାର କରାଯିବ ବୋଲି ମଧ୍ୟ କୁହାଯାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ଏହି ଶିକ୍ଷାକୁ ସମସ୍ତ ଦୁର୍ଗମ ଅଞ୍ଚଳର ପିଲା ଯେପରି ଶିକ୍ଷା ଗ୍ରହଣ କରି ନିଜ ଜୀବନରେ ଏହାକୁ ପ୍ରୟୋଗ କରିପାରିବେ ସେନେଇ ଚିନ୍ତା କରାଯାଇଛି ।

ବିଏସଏଫ କେବଳ ମାଲକାନଗିରିରେ ମାଓ ଦମନ ନେଇ କାମ କରୁନାହିଁ ବରଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ଯାହାକୁ ଲୋକେ ଧିରେ ଧିରେ ବୁଝିପାରିଛନ୍ତି । ପ୍ରଶାସନ ଏବଂ ବିଏସଏଫର ଏହି ମହାନ କାର୍ଯ୍ୟକୁ ସ୍ବାଭିମାନ ଅଞ୍ଚଳର ଲୋକେ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Nov 24, 2022, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.