ETV Bharat / state

ଓଡିଶାରୁ ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ତେଲେଙ୍ଗାନା କନେଷ୍ଟବଳ ଗିରଫ

author img

By

Published : May 26, 2023, 10:33 AM IST

cannabis smuggling in malkangiri
cannabis smuggling in malkangiri

ମାଲକାନାଗିରିରୁ ତେଲେଙ୍ଗାନା ପୋଲିସ କନେଷ୍ଟବଳ ଗିରଫ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କରୁଥିଲେ ଗଞ୍ଜେଇ ଚୋରାଚାଲାଣ । ଅଧିକ ପଢନ୍ତୁ

cannabis smuggling in malkangiri

ମାଲକାନାଗିରି: ଚୋରକୁ ଧରିବା ବଦଳରେ ନିଜେ କରୁଥିଲେ ଚୋରାଚାଲାଣ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଓଡିଶାରେ ଧରାପଡିଲେ ତେଲେଙ୍ଗାନାର ପୋଲିସ କନେଷ୍ଟବଳ । ସେ ହେଉଛନ୍ତି ଆର ଶ୍ରୀନୁ ନାୟକ । ଶ୍ରୀନୁ ହାଇଦ୍ରାବାଦରେ ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ମାଲକାନଗିରି କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ଶ୍ରୀନୁ ସମେତ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ହାଇଦ୍ରାବାଦର ବିଜୟ ନାୟକ ଓ ଆର ଶ୍ରୀନୁନାୟକ । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ମହାରାଷ୍ଟ୍ରର ବାଲୁ ଯାଦବ, ମାଲକାନଗିରିର ଆର କାର୍ତ୍ତିକ, କେ ଲକ୍ଷ୍ମଣ, ଅନୁବା ରାଜୀବ ଏବଂ ଏନ ଭେନୁ ଗୋପାଳ ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ କାଲିମେଳା ପୋଲିସ କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି କାର ସେହି ବାଟ ଦେଇ ତେଲେଙ୍ଗାନା ଯାଉଥିଲା । ଗାଡି ଦୁଇଟିକୁ ସନ୍ଦେହ କରି ପୋଲିସ ଯାଞ୍ଚ କରିଥିଲା । ଫଳରେ ଦୁଇଟି ଗାଡିରୁ ୧୦୩ କେଜି ଗଞ୍ଜେଇ ଜବତ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କାଲିମେଳା ପୋଲିସ । ୭ଜଣଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୋଲିସର କନେଷ୍ଟବଳ ଥିବା କହିଛନ୍ତି କାଲିମେଳା ଥାନା ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ନହେବା ପଡିଲା ମହଙ୍ଗା, କାରଣ ଦର୍ଶାଅ ନୋଟିସ ଜାରି

ଅଭିଯୁକ୍ତ ମାନେ ଚିତ୍ରକୁଣ୍ଡା ଅଞ୍ଚଳର କୁରୁମାନୁର୍ ପଞ୍ଚାୟତ ଅନ୍ତର୍ଗତ ମାଜିପାକା ଗ୍ରାମରୁ ୩୨୬ ଜାତୀୟ ରାଜପଥ ଦେଇ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ସେମାନଙ୍କ ଠାରୁ ୬ଟି ସ୍ମାର୍ଟ ଫୋନ, ଏଟିଏମ୍ କାର୍ଡ, ଆଧାର କାର୍ଡ, ପ୍ୟାନ କାର୍ଡ, ଆରସି ଇତ୍ୟାଦି ଜବତ କରିଛି ପୋଲିସ । କାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ହେଉଥିବା ବେଳେ ପ୍ରତ୍ୟେକ ଦିନ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରୁଥିବା ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ-Congress PC: ବାର୍ଦ୍ଧକ୍ୟ ଭତ୍ତା ଡାକ ଦ୍ବାରା ଦେବାକୁ କଂଗ୍ରେସର ଦାବି

ମାର୍ଚ୍ଚ 31 ତାରିଖରେ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣକୁ ପଣ୍ଡ କରିଥିଲା ଭୁବନେଶ୍ୱର ଆରପିଏଫ ଟିମ । ଭୁବନେଶ୍ୱର ଷ୍ଟେସନ ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ଯୋଜନା ବେଳେ ମାଡି ବସିଥିଲା ଆରପିଏଫ । ଷ୍ଟେସନରୁ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ସହ ତିନିଜଣଙ୍କୁ ଗିରଫ କରାଯାଇଥିଲା । ମହିଳାକୁ ମୋହରା କରି ଟ୍ରେନରେ ଏପରି ଗଞ୍ଜେଇ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଗଞ୍ଜେଇ ଚାଲାଣ ଉପରେ ନଜର ରଖାଯାଇଥିବା କହିଥିଲେ ଆରପିଏଫ ଆଇଆଇସି ।

ଇଟିଭି ଭାରତ, ମାଲକାନାଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.