ETV Bharat / state

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ନହେବା ପଡିଲା ମହଙ୍ଗା, କାରଣ ଦର୍ଶାଅ ନୋଟିସ ଜାରି

author img

By

Published : May 25, 2023, 8:12 PM IST

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା । ରାଜ୍ୟର ୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ନହେବା ପଡିଲା ମହଙ୍ଗା, କାରଣ ଦର୍ଶାଅ ନୋଟିସ ଜାରି
ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ନହେବା ପଡିଲା ମହଙ୍ଗା, କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ବର: ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା । ୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ । ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା । ରାଜ୍ୟର ୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଗତ ୨୩ ଓ ୨୪ରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଟ୍ରେନିଂ । ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମ କାହିଁକି ଯୋଗ ଦେଲେନି ମେ’ ୨୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା । ରାଜ୍ୟର ୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି । ୯ ଡିଗ୍ରୀ କଲେଜ ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମଧ୍ୟ ନୋଟିସ କରାଯାଇଛି । ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗତ ୨୩ ଓ ୨୪ରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଟ୍ରେନିଂ । ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମ କାହିଁକି ଯୋଗ ଦେଲେନି ମେ’ ୨୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ ।

ସୂଚନା ଅନୁଯାୟୀ, ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମ ଗତ ୨୩ ତାରିଖ ଏବଂ ୨୪ ତାରିଖରେ ରମାଦେବୀ କଲେଜରେ ଏହି ଟ୍ରେନିଂ କରାଯାଇଥିଲା । ତେବେ ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ମୋଟ 30ଟି ନୋଡାଲ କଲେଜ ଏବଂ 70ଟି SAMS ଉତ୍ସ କେନ୍ଦ୍ର (SRCS)କୁ ନିର୍ଦ୍ଦେଶ ଦିଆଯାଇଥିଲା । ମୋଟ ଆକାରରେ 100ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟରୁ 91ଟି ଶିକ୍ଷା ଅନୁଷ୍ଠାନ ତାଲିମ କାର୍ଯ୍ୟକ୍ରମରେ ସଫଳତାର ସହ ଯୋଗ ଦେଇଥିଲେ । ବାକି ୯ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦାନ କରିନଥିଲେ । ତେବେ ଏହି ତାଲିମ ପ୍ରୋଗ୍ରାମର ଲକ୍ଷ୍ୟ, ୟୁଜି ଏକାଡେମିକ୍‌ ଅଧିବେଶନ 2023-2024 ପାଇଁ SAMS ଅଧୀନରେ ପାଠ୍ୟକ୍ରମ କିଭଳି ଭାବରେ ସହଜରେ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଉଛି ।

ତେବେ ଏହି ୯ଟି ଶିକ୍ଷାନଷ୍ଠାନଗୁଡ଼ିକ ହେଲା, ବାଲେଶ୍ଵର ସୋରର ଉପେନ୍ଦ୍ର ନାଥ ଡିଗ୍ରୀ କଲେଜ, ଦେବଗଡ ଜିଲ୍ଲାର ରିଆମାଳର ରେମାଲ ଡିଗ୍ରୀ କଲେଜ, ଗଜପତି ଜିଲ୍ଲାର କାଶୀନଗରର ଶ୍ରୀରାମ ଡିଗ୍ରୀ କଲେଜ, ଗଞ୍ଜାମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଡିଗ୍ରୀ କଲେଜ ଓ ଛତ୍ରପୁରର ସରକାରୀ ବିଜ୍ଞାନ ଡିଗ୍ରୀ କଲେଜ, କଳାହାଣ୍ଡିର କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଖୋର୍ଦ୍ଧାର ବେସିକ ସାଇନ୍ସ ଡିଗ୍ରୀ କଲେଜ, ମାଲକାନଗିରିର ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଏବଂ ସମ୍ବଲପୁରର ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ଆଦି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.