ETV Bharat / state

Congress PC: ବାର୍ଦ୍ଧକ୍ୟ ଭତ୍ତା ଡାକ ଦ୍ବାରା ଦେବାକୁ କଂଗ୍ରେସର ଦାବି

author img

By

Published : May 25, 2023, 10:57 PM IST

Updated : May 25, 2023, 11:03 PM IST

ନଗଦ ଆକାରରେ ଭତ୍ତା ବଣ୍ଟନ ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସର ସମାଲୋଚନା । ଭତ୍ତା ଟଙ୍କାକୁ ଡାକ ଦ୍ବାରା ଦେବା ଲାଗି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

Congress PC: ବାର୍ଦ୍ଧକ୍ୟ ଭତ୍ତା ଡାକ ଦ୍ବାରା ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ବର: ନଗଦ ଆକାରରେ ଭତ୍ତା ବଣ୍ଟନ ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସର ସମାଲୋଚନା । ବାର୍ଦ୍ଧକ୍ୟ ଭତ୍ତା ସିଧାସଳଖ ଲୋକଙ୍କ ହାତକୁ ନଦେଇ ଡାକ ଦ୍ବାରା ଦିଆଯିବା ଆବଶ୍ୟକ । ଏ ନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ ଦ୍ବାରା ଦାବି କରାଯାଇଛି । ରାଜନୈତିକ ଉଦେଶ୍ୟ ରଖି ରାଜ୍ୟ ସରକାର ଏହି ଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛି କଂଗ୍ରେସ । ସମସ୍ତଙ୍କ ହିତ ଉଦ୍ଦେଶ୍ୟରେ ସମସ୍ତ ପଇସା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିଵା ଦରକାର ବୋଲି କହିଛି କଂଗ୍ରେସ ।

ଏହା ସହ ପୋଷ୍ଟ ଅଫିସ ମାଧ୍ୟମରେ ଏହା ପହଞ୍ଚିଵା ଦରକାର ବୋଲି ଦାବି କରିଛି କଂଗ୍ରେସ । ପୋଷ୍ଟାଲରେ ମଧ୍ୟ ବ୍ୟାଙ୍କିଂ ସୁବିଧା ରହିଥିବା ବେଳେ ଏହା ବେଶ ସହାୟକ ହେବ । ରାଜ୍ୟ ସରକାର ଡାକ ବିଭାଗ ସହ କଥା ହୋଇକି ଏ ଦିଗରେ ବ୍ୟବସ୍ଥା କରିବା ଦରକାର । ସେହିପରି ଯେଉଁ ସ୍ଥାନରେ ପୋଷ୍ଟାଲ ଅଫିସ ନାହିଁ, ସେ ସ୍ଥାନମାନଙ୍କରେ ଭ୍ରମ୍ୟମାଣ ପୋଷ୍ଟ ଅଫିସ ଯୋଗେ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହା ସହ ଏବେ ଦିଆଯାଉଥିବା 500 ଟଙ୍କା ପ୍ରଯ୍ୟାପ୍ତ ନୁହଁ । ଏହା ବୃଦ୍ଧି ପାଇଁ କଂଗ୍ରେସ ଦାବି କରିଛି।

ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ଓଡ଼ିଶାର ଭତ୍ତା ପାଉଥିବା ହିତାଧିକାରୀଙ୍କୁ ନଗଦ ରାଶି ଆକାରରେ ଭତ୍ତା ପ୍ରଦାନ କରିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ସରକାରର ଆଉ ଏକ ନିର୍ବାଚନୀ ଚାଲ ବୋଲି ଆଜି ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ରାଜ୍ୟର ବିଭିନ୍ନ ବର୍ଗ ବିଶେଷ କରି ବିଧବା ମହିଳା, ବାର୍ଦ୍ଧକ୍ୟ ହେତୁ ଓ ଏଡସ ଆକ୍ରାନ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ।

ଏହା ବି ପଢନ୍ତୁ- New Parliament Building: ସମ୍ପର୍କ ଓ ସାମ୍ବିଧାନିକ ଅନୁଷ୍ଠାନ ଉଦଘାଟନ କଥା ଭିନ୍ନ କହିଲା ବିଜେଡି

୧୯୭୮ ମସିହାରୁ ଭାରତ ବର୍ଷର ସେତେବେଳର କେନ୍ଦ୍ରର କଂଗ୍ରେସ ସରକାର ଇନ୍ଦିରାଗାନ୍ଧୀ ପେନସନ ଯୋଜନା ଲାଗୁ କରିଥିଲେ । ଏହି ପେନସନ ଯୋଜନା ସରକାରଙ୍କର ସାମାଜିକ ନ୍ୟାୟ ବ୍ୟବସ୍ଥାର ଏକ ଅଂଶ ବିଶେଷ । ରାଜ୍ୟରେ ସମୁଦାୟ ୨୮ ଲକ୍ଷ ୨୦ ହଜାର ଯୋଗ୍ୟ ଭତ୍ତା ପାଇବା ପାଇଁ ହିତାଧିକାରୀ ଅଛନ୍ତି । ତନ୍ମଧ୍ୟରୁ ୧୩ ଲକ୍ଷ ଲୋକଙ୍କୁ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଯୋଜନାରେ ସିଧାସଳଖ ବ୍ୟାଙ୍କ ଟ୍ରାନ୍‌ସଫର ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଛି । ବାକି ୧୫ ଲକ୍ଷ ୨୦ ହଜାର ଲୋକଙ୍କୁ ରାଜ୍ୟ ସରକାର ୫୦୦ରୁ ୭୦୦ ଟଙ୍କା ପ୍ରଦାନ କରୁଛନ୍ତି । ଯେଉଁମାନେ ୮୦ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କୁ ୭୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି ।

ପ୍ରକାଶ ଥାଉ କି ଭାରତ ବର୍ଷର ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି କି ସବୁଠାରୁ କମ ବା ଅତି ନଗଣ୍ୟ ଅର୍ଥରାଶି ଭତ୍ତା ଆକାରରେ ଦିଆଯାଉଛି । ଏପରିକି ଓଡ଼ିଶାଠାରୁ ବହୁ ଛୋଟ ରାଜ୍ୟମାନଙ୍କରେ ସର୍ବନିମ୍ନ ଭତ୍ତା ୧୫୦୦ ଟଙ୍କା ରୁ ଅଧିକ । ଓଡ଼ିଶା ସରକାର ହଠାତ ନିର୍ବାଚନ ପାଖେଇ ଆସିଲା ବେଳକୁ ଏଭଳି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ? ପ୍ରକୃତ ଉଦ୍ଦେଶ୍ୟ କ’ଣ ଓଡ଼ିଶାର ଗରୀବ ଅସହାୟ ହିତାଧିକାରୀଙ୍କୁ ଠିକ୍ ସମୟରେ ତାଙ୍କ ପାଖରେ ଭତା ପହଞ୍ଚାଇବା ନା ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖି ଆଉ ଏକ ଛଳନା । ହିତାଧିକାରୀଙ୍କ ପାଖରେ ନଗଦ ରାଶି ପହଞ୍ଚୁ କିନ୍ତୁ ନଗଦ ରାଶିକୁ ବିଜୁ ଜନତା ଦଳର କର୍ମୀ ଓ ସଂଗଠକଙ୍କ ଜରିଆରେ ଏ ରାଶିକୁ ବଣ୍ଟନ ନ କରିବା ଲାଗି କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 25, 2023, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.