New Parliament Building: ସମ୍ପର୍କ ଓ ସାମ୍ବିଧାନିକ ଅନୁଷ୍ଠାନ ଉଦଘାଟନ କଥା ଭିନ୍ନ କହିଲା ବିଜେଡି

author img

By

Published : May 25, 2023, 7:54 PM IST

ସମ୍ପର୍କ ଓ ସାମ୍ବିଧାନିକ ଅନୁଷ୍ଠାନ ଉଦଘାଟନ କଥା ଭିନ୍ନ : ବିଜେଡି

ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ନେଇ ବିଜେଡି ଘୋଷଣା କରିବା ପରେ ଦଳକୁ ଘେରିଛି କଂଗ୍ରେସ । କଂଗ୍ରେସ କହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର । ରାଷ୍ଟ୍ରପତି ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରିବା ସହ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ରାଷ୍ଟ୍ରପତିଙ୍କୁ ନଡାକି ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନ କରୁଛନ୍ତି, ନବୀନଙ୍କ ଭଉଣୀ ପ୍ରୀତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ସମ୍ପର୍କ ଓ ସାମ୍ବିଧାନିକ ଅନୁଷ୍ଠାନ ଉଦଘାଟନ କଥା ଭିନ୍ନ : ବିଜେଡି

ଭୁବନେଶ୍ବର: ଆସନ୍ତା ରବିବାର ନୂଆ ସଂସଦ ଭବନର ଉଦଘାଟନ ସମାରୋହ ନିର୍ଘଣ୍ଟ ହୋଇଛି । ଉଦଘାଟନ ସମାରୋହ ଉତ୍ସବକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି । ନୂଆ ସଂସଦ ଭବନ କାର୍ଯ୍ୟକ୍ରମକୁ ସମର୍ଥନ ଓ ବିରୋଧ ରାଜନୀତି ଜୋର ଧରିଛି । ଦେଶର ରାଜନୈତିକ ଦଳଗୁଡ଼ିକ ଭାଗ ଭାଗ ହୋଇଯାଇଛନ୍ତି । ପ୍ରାୟ ୨୦ ଦଳ ଉତ୍ସବକୁ ବର୍ଜନ କରୁଥିବା ବେଳେ ବିଜେଡି ସମେତ ୧୬ ଦଳ ସାମିଲ ହେବା ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇଛି ।

ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ନେଇ ବିଜେଡି ଘୋଷଣା କରିବା ପରେ ଦଳକୁ ଘେରିଛି କଂଗ୍ରେସ । କଂଗ୍ରେସ କହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର । ରାଷ୍ଟ୍ରପତି ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରିବା ସହ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ରାଷ୍ଟ୍ରପତିଙ୍କୁ ନଡାକି ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନ କରୁଛନ୍ତି, ନବୀନଙ୍କ ଭଉଣୀ ପ୍ରୀତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏକ ସାମ୍ବିଧାନିକ ଉତ୍ସବକୁ ନେଇ ରାଜନୀତି କରିବା ଠିକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।

ଏହାବି ପଢନ୍ତୁ- New Parliament Row: ଉଦଘାଟନରେ ବିଜେଡି ସାମିଲ ହେବାକୁ ନେଇ କଂଗ୍ରେସର କଟାକ୍ଷ

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, "କଂଗ୍ରେସ ଯେଉଁ ଅଭିଯୋଗ ଆଣୁଚି ତାହା ମିଥ୍ୟା । ଏହା ଗ୍ରହଣୀୟ ନୁହେଁ । ଭାଇ ଭଉଣୀ ସମ୍ପର୍କ ଅଲଗା । ସାମ୍ବିଧାନିକ ଅନୁଷ୍ଠାନର ଉଦଘାଟନ ଅଲଗା କଥା । ରାଜନୈତିକ ଦୃଷ୍ଟି କୋଣରେ ଯୋଡ଼ିବା ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ନିଷ୍ପତ୍ତି ନେଇଛନ୍ତି । ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ । ମୁଖ୍ୟମନ୍ତ୍ରୀ ବିବାଦକୁ ନଯାଇ ଭଲ କାମରେ ସମର୍ଥନ କରି ଆସିଛନ୍ତି । ଉଦଘାଟନ କିଏ କରିବ ସେ ପ୍ରସଙ୍ଗ ଅଲଗା କଥା । କିନ୍ତୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ । ନୂଆ ସଂସଦ ଭବନ ଗୋଟେ ଭଲ କାର୍ଯ୍ୟକ୍ରମ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆମର ସମସ୍ତ ସାଂସଦ ଯାଇ କାର୍ଯ୍ୟକ୍ରମରେ ଭାଗ ନେବେ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଅନ୍ୟ ବିରୋଧୀ ମାନେ ବି ଏହାକୁ ନେଇ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । କଂଗ୍ରେସର ରାଜନୀତି କରିବା ଷ୍ଟାଇଲ୍‌ ଅଲଗା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି ଷ୍ଟାଇଲ ସ୍ୱତନ୍ତ୍ର । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ଉପରେ ବିଶ୍ୱାସ କରନ୍ତି । ଅନ୍ୟ ଦଳମାନେ ଆରୋପ ପ୍ରତ୍ୟାରୋପ ରାଜନୀତି କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ କେନ୍ଦ୍ରିକ ପ୍ରତିକ୍ରିୟା ଦିଅନ୍ତି । ବିରୋଧୀ ଅନେକ କଥା କହିବେ । ଆମେ ସବୁବେଳେ କେନ୍ଦ୍ରକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛୁ । ଓଡିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁ । ବିଜେଡି କେବେ ବିଜେପି ସହ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.