New Parliament Row: ଉଦଘାଟନରେ ବିଜେଡି ସାମିଲ ହେବାକୁ ନେଇ କଂଗ୍ରେସର କଟାକ୍ଷ

author img

By

Published : May 25, 2023, 6:15 PM IST

Etv Bharat
Etv Bharat ()

୧୯ଟି ବିରୋଧୀ ଦଳ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହି ଉତ୍ସବରେ ସାମିଲ ହେବ ବିଜେଡି । ଏହାପରେ କଂଗ୍ରେସ ଶାସକ ଦଳକୁ କଡା ସମାଲୋଚନା କରିଛି । ଅଧିକ ପଢନ୍ତୁ

କଂଗ୍ରେସର କଟାକ୍ଷ

ଭୁବନେଶ୍ବର: ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ନୂଆ ସଂସଦ ଭବନର ଉଦଘାଟନକୁ ନେଇ ତେଜୁଛି ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ବଦଳରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ନୂଆ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ ଦାବି କରି ଉତ୍ସବକୁ ବୟକଟ କରିଛନ୍ତି । ଏହି ବାଦବିବାଦ ମଧ୍ୟରେ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ବିଜେଡି ଘୋଷଣା କରିଛି । ଏହାପରେ କଂଗ୍ରେସ ବିଜେଡିକୁ କଟାକ୍ଷ କରିବା ଆରମ୍ଭ କରିଛି । ବିଜେପି ଓ ବିଜେଡି ଦୁଇ ଭାଇ । ଏହା ପୁଣି ଆଜି ପ୍ରମାଣିତ ହୋଇଯାଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି ଏ ନେଇ କହିଛନ୍ତି, "ବିଜେପି ଓ ବିଜେଡି ଦୁଇ ଭାଇ । ଏହା ପୁଣି ଆଜି ପ୍ରମାଣିତ ହୋଇଛି । ବିଜେଡି ବିଜେପି ମିଶିକି ଅଛନ୍ତି ବୋଲି ଧର୍ମଗୁରୁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଟିପ୍ପଣୀ ଦେଇଛନ୍ତି । ଆଗରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେଉଁଠି କି ବିଜେପିକୁ ଆଖିବୁଜି ବିଜେଡି ସମର୍ଥନ ଦେଇଛି । ସାଧାରଣ ଜନତାଙ୍କୁ ଛଳନା କରି ଜଣାଇବାକୁ ଚାହୁଁଛନ୍ତି କି ଆମେ ଅଲଗା ଅଲଗା କିନ୍ତୁ ସତ୍ୟ ହେଉଛି ସେମାନେ ଏକ ଏବଂ ଅଭିନ୍ନ । ସାଂସଦ ଭାବନାକୁ ରାଷ୍ଟ୍ରପତି ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକେଇବାକୁ କଂଗ୍ରେସ ଦଳ ଅପିଲ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ତାହା ନ କରି ତାଙ୍କ ଦଳ ନେତାମାନେ ସାଂସଦ ଭବନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି ।"

ତେବେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ କରିନଥିଲା, କିନ୍ତୁ ଏବେ କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଗଣମାଧ୍ୟମ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି, "ଭୋଟ ରାଜନୀତି ଅନ୍ୟ କଥା କିନ୍ତୁ ବର୍ତ୍ତମାନର ପ୍ରସଙ୍ଗ ସମ୍ପୂର୍ଣ୍ଣ ଭିନ୍ନ । ସେତେବେଳେ ଦଳ ଯାହା ନିଷ୍ପତ୍ତି ନେଇଥିଲା ତାହାକୁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଜଣେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସିଏ ସବୁ ଦଳ ଏବଂ ସମ୍ପୂର୍ଣ୍ଣ ଦେଶର ରାଷ୍ଟ୍ରପତି । ସାଂସଦ ଭବନକୁ ରାଷ୍ଟ୍ରପତି ଶୁଭକାମନା ଉଦଘାଟନ କରିଥିଲେ ଦେଶ ସହ ଦେଶ ବାହାରକୁ ମଧ୍ୟ ଏକ ଭିନ୍ନ ଏବଂ ଭଲ ବାର୍ତ୍ତା ପହଞ୍ଚିଥାନ୍ତା ।"

ଏହା ବି ପଢନ୍ତୁ- ନୂଆ ସଂସଦ ଭବନ ଉଦଘାଟନ ବିବାଦ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ଏ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ବିଜେଡିକୁ ସିବିଆ ଇଡି ଭୟ ଘାରିଛି ତେଣୁ ସେ ମୋଦିଙ୍କୁ ଛାଡ଼ି ପାରୁନାହାନ୍ତି । ମୋଦି ନବୀନ ଏକାଠି ଅଛନ୍ତି । ସୂଚନା ଥାଉ କି ନବନିର୍ମିତ ସଂସଦ ଭବନକୁ ଚଳିତ ମାସ ୨୮ ତାରିଖରେ ଉଦଘାଟନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଟ୍ବିଟ୍‌ କରିବା ପରେ ଏବେ ୧୯ଟି ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଉଦଘାଟନକୁ ବିରୋଧ କରିଛନ୍ତି । ଏହାସହ କଂଗ୍ରେସ, ଆପ, ତୃଣମୂଳ କଂଗ୍ରେସ, ଆରଜେଡି, ଜନତା ଦଳ (ୟୁ ), cpi ଭଳି ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ- New Parliament Building: ଉଦଘାଟନ ଉତ୍ସବରେ ସାମିଲ ହେବ BJD

ବିରୋଧୀଙ୍କ ଦାବି ଦେଶର ପ୍ରଥମ ନାଗରିକ ଭାବେ ମହାମହିମ ରାଷ୍ଟ୍ରପତି ଉଦଘାଟନ କରନ୍ତୁ । ତେବେ ଶାସକ ବିଜେଡି ପକ୍ଷରୁ ଗତକାଲି ନବନିର୍ମିତ ସଂସଦ ଭବନ ଉଦଘାଟନ ସମାରୋହରେ ବିଜେଡି ଯୋଗଦେବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କଂଗ୍ରେସ ବିଜେଡିକୁ କଟାକ୍ଷ କରିଛି । ଦେଶର ନୂତନ ସଂସଦ ଭବନରେ ମୋଟ ୧୨୭୨ଟି ସିଟ ରହିଛି । ଲୋକସଭାରେ ୮୮୮ଟି ସିଟ୍‌ ଥିବାବେଳେ ରାଜ୍ୟସଭାରେ ୩୮୪ଟି ସିଟ ରହିଛି । ଏହି ନୂତନ ସଂସଦ ଭବନ ନିର୍ମାଣରେ ପ୍ରାୟ ୯୦୦କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୦ ଡିସେମ୍ବର ୧୦ ତାରିଖରେ ଏହି ନୂତନ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.