New Parliament Building: ଉଦଘାଟନ ଉତ୍ସବରେ ସାମିଲ ହେବ BJD

author img

By

Published : May 24, 2023, 10:12 PM IST

Etv Bharat

ୟୁପିଏ ଓ ତୃତୀୟ ସାମ୍ମୁଖ୍ୟକୁ ବଡ ଝଟକା । ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା 28 ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି କିମ୍ବା ଲୋକସଭା ବାଚସ୍ପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ସରକାର ନିଜ ଜିଦରେ ଅଟଳ ଥିବାରୁ ଉଦଘାଟନ ସମାରୋହ ବୟକଟ କରିଛନ୍ତି 19 ବିରୋଧୀ ଦଳ । କିନ୍ତୁ ବିଜେଡି ଉଦଘାଟନ ସମାରୋହରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟରେ ଦିଲ୍ଲୀ ଗସ୍ତରେ ଥିବାରୁ ଏହି ଉଦଘାଟନ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି
ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି

ୟୁପିଏ ଓ ତୃତୀୟ ସାମ୍ମୁଖ୍ୟକୁ ବଡ ଝଟକା । ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରୁଛି କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଓ ଅନ୍ୟ ଦଳ । ଏହାକୁ ବିରୋଧ କରି କଂଗ୍ରେସ ସମେତ 19 ଟି ରାଜନୈତିକ ଦଳ ସମାରୋହକୁ ବୟକଟ କରିବେ ବୋଲି ମିଳିତ ବିବୃତ୍ତି ଜାରିଆରେ ସ୍ପଷ୍ଟ କରିଛନ୍ତି । ଏହା ପରେ ସମସ୍ତଙ୍କ ନଜର ବିଜୁ ଜନତା ଦଳ ଉପରେ ଥିଲା । ବିଜେଡି ଏହି ସମାରୋହରେ ସାମିଲ ହେବ ନା ନାହିଁ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । କାର୍ଯ୍ୟକ୍ରମରେ ସାମିଲ ନେଇ ବିଜେଡି ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି ।

ଏହାବି ପଢନ୍ତୁ- BJD ଫୋକସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 31 ବିଧାନସଭା ଜିତିବ ଦଳ କହିଲେ ସୁଶାନ୍ତ

ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସ ବିବୃତିରେ କହିଛନ୍ତି ଯେ, ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ସଂସଦ ଭବନ ଭାରତର 140 କୋଟି ଲୋକଙ୍କ ପ୍ରତିନିଧିତ୍ବ କରେ । ଏହି ଦୁଇ ସଂସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତୀୟ ସମ୍ବିଧାନ ଦ୍ବାରା ଉଭୟ ଅଧିକାରପ୍ରାପ୍ତ । ଉଭୟ ସଂସ୍ଥାର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ । ଏହି ସାମ୍ବିଧାନିକ ସଂସ୍ଥା ଗୁଡ଼ିକ ଯେକୌଣସି ପ୍ରସଙ୍ଗରୁ ଊର୍ଦ୍ଧ୍ବରେ ରହିବା ଉଚିତ । ଯାହାକି ଏହାର ପବିତ୍ରତା ଓ ସମ୍ମାନକୁ ପ୍ରଭାବିତ କରୁଥିବ ବୋଲି ବିଜେଡି ବିଶ୍ବାସ କରେ । ଏସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ପବିତ୍ର ଗୃହରେ ବିତର୍କ କରାଯାଇପାରିବ । ତେଣୁ ବିଜେଡି ନିଶ୍ଚିତ ଭାବେ ଏହି ମହତ୍ବପୂର୍ଣ୍ଣ ମୁହୂର୍ତ୍ତରେ ଉପସ୍ଥିତ ରହିବ । ଦଳ ପକ୍ଷରୁ ଜାରି ପ୍ରେସ ବିବୃତିରେ ଏହା ସ୍ପଷ୍ଟ କରାଯାଇଛି ।

ଆସନ୍ତା 28 ତାରିଖରେ ଆୟୋଜନ ହେବ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଦଳର କିଛି ବରିଷ୍ଠ ସାଂସଦ ମଧ୍ୟ ସମାରୋହରେ ସାମିଲ ହେବେ । 27 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ । ବୈଠକରେ ସାମିଲ ହେବା ଲାଗି ନୂଆଦିଲ୍ଲୀ ଗସ୍ତରେ ଯାଇଥିବେ ନବୀନ । ନୀତି ଆୟୋଗ ବୈଠକ ଓ ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ସେହିପରି ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.