ETV Bharat / state

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନକୁ ଛାତ୍ରୀଙ୍କ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଧାରଣା

author img

By

Published : Aug 11, 2021, 9:14 PM IST

Updated : Aug 11, 2021, 10:11 PM IST

ପ୍ରଧାନ ଶିକ୍ଷିୟତ୍ରୀଙ୍କ ନିଲମ୍ବନକୁ ଛାତ୍ରଛାତ୍ରୀଙ୍କ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଧାରଣା
ପ୍ରଧାନ ଶିକ୍ଷୟତ୍ରୀଙ୍କ ନିଲମ୍ବନକୁ ଛାତ୍ରଛାତ୍ରୀଙ୍କ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଧାରଣା

ମାଲକାନଗିରିରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ନିଷ୍ପତ୍ତିକୁ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରୀ । ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବିରେ ସ୍କୁଲରେ ତାଲା । ଅଧିକ ପଢନ୍ତୁ...

ମାଲକାନଗିରି : ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ନିଷ୍ପତ୍ତି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ସ୍କୁଲରେ ତାଲା ପକାଇଲେ ଛାତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ସିଦ୍ଧିରିମାଳ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକଙ୍କ ନିଲମ୍ବନକୁ ବିରୋଧ କରି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ଦାୟିତ୍ବରେ ପୁନଃଅବସ୍ଥାପିତ କରିବା ଦାବିରେ ବିକ୍ଷୋଭ କରିଛନ୍ତି ଛାତ୍ରୀ ।

ପ୍ରଧାନ ଶିକ୍ଷିୟତ୍ରୀଙ୍କ ନିଲମ୍ବନକୁ ଛାତ୍ରଛାତ୍ରୀଙ୍କ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଧାରଣା

ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ସାର୍ଟିଫିକେଟ ପ୍ରଦାନବେଳେ ଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିଥିବାର ଅଭିଯୋଗ ହୋଇଥିଲା । ପରେ ଅଭିଯୋଗ ଆଧାରରେ ପ୍ରତିମା ନାୟକଙ୍କୁ ନିଲମ୍ବନ କରିଥିଲେ ବ୍ଲକ ଶିକ୍ଷାଧିକାରୀ । ତେବେ ଏପରି ଅଭିଯୋଗକୁ ସ୍କୁଲର ଛାତ୍ରଛାତ୍ରୀ ମିଥ୍ୟା ଦର୍ଶାଇବା ସହ ସ୍କୁଲ ଭିତ୍ତିଭୂମିର ଉନ୍ନତି ପାଇଁ ସେମାନେ ନିଜ ଇଚ୍ଛାରେ ଅର୍ଥଦାନ କରିଥିବା କହିଛନ୍ତି ।

ସେହିପରି ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ପ୍ରତ୍ୟାହାର କରିବା ଦାବିରେ ଛାତ୍ରୀ ତାଲା ପକାଇବା ଦ୍ବାରା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ପ୍ରବେଶ କରିପାରିନାହାଁନ୍ତି । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫେରାଇ ଆଣିବାକୁ ସ୍ଲୋଗାନ ଦେଇ ସ୍କୁଲ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସି ରହିଥିଲେ ଛାତ୍ରୀ । ପରେ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଛାତ୍ରୀଙ୍କ ସହ ଆଲୋଚନା କିରିଥିଲେ । ପରେ ଛାତ୍ରୀମାନେ ଧାରଣାରୁ ହଟିଥିବା ସୂଚନା ମିଳିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ , ଇଟିଭି ଭାରତ

Last Updated :Aug 11, 2021, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.