ETV Bharat / state

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ଓ ଏସଆରସି

author img

By

Published : Jul 31, 2019, 2:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତ କରି ଜିଲ୍ଲା ଗୁଡିକର ସ୍ବାସ୍ଥ୍ୟ ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ।

କୋରାପୁଟ/ମାଲକାନଗିରି: 4 ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିବାରୁ ବୁଧବାର ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ ପହଞ୍ଚିଛନ୍ତି ସ୍ଥିତି ସମୀକ୍ଷା କରିବା ପାଇଁ । ବିଏସଏଫ ହେଲିପ୍ୟାଡରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କୋରାପୁଟ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାପାଳଙ୍କୁ ନେଇ ଜିଲ୍ଲା ଗୁଡିକର ସ୍ବାସ୍ଥ୍ୟ ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ମନ୍ତ୍ରୀ ମାରାଣ୍ଡି ମାଲକାନଗିରି ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ।

ପ୍ରଥମେ ଏମଭି 3ସ୍ଥିତ ବିଏସଏଫ କ୍ୟାମ୍ପରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବା କାରଣରୁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇ ବନ୍ୟା ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ/ମାଲକାନଗିରି

ଏହାସହ ଲୋକଙ୍କ ଘର ଦ୍ଵାର ଭାଙ୍ଗି ଯାଇଥିବାବେଳେ ଜିଲ୍ଲାର ଅନେକ ଜମି ବାଲିଚର ହୋଇଥିବା ମନ୍ତ୍ରୀ ସ୍ଵୀକାର କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଜିଲ୍ଲାର ବିଭିନ୍ନ ନଦୀର ପୋଲକୁ ଉଚ୍ଚ କରାଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏହା ପରେ ଆକାଶ ମାର୍ଗରୁ ଏରିଏଲ ସର୍ଭେ କରି ରାଜସ୍ବ ମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ଭୁବନେଶ୍ବର ଫେରି ଯାଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:4 ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିବାରୁ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ୱତନ୍ତ୍ର ରିଲିଫ କମିଶନସର ବିଷ୍ଣୁ ପଦ ସେଠି ଏକ ହେଲିକପ୍ଟର ଯୋଗେ ମାଲକାନଗିରି ଗସ୍ତ କରିଛନ୍ତି । Body:ପ୍ରଥମେ ଏମ୍ଭି 3 ସ୍ଥିତ ବିଏସ ଏଫ କେମ୍ପ ରେ ହେଲିକେପ୍ଟର ଯୋଗେ ପହଁଚିବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ , ଏସ ପି ଜଗମୋହନ ମିନା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ ଅନ୍ୟାନ ସରକାରି ଅଧିକାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଏହା ପରେ ମନ୍ତ୍ରୀ ମାଲକାନଗିରି ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଜିଲ୍ଲାର ଅଧିକାରୀଙ୍କ ସହ ଆଲଚନା କରିବା ପରେ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.