ETV Bharat / state

ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

author img

By

Published : Aug 7, 2022, 9:03 AM IST

maoist material seized in malkangiri
ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ପୋଲିସକୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ଯନ୍ତ୍ରୀ ପଞ୍ଚାୟତ ଜଙ୍ଗଲରେ ଏହି ସାମଗ୍ରୀ ଜବତ ହୋଇଛି । ଜିଲ୍ଲା ଏସ୍ପିଙ୍କ ନେତୃତ୍ବରେ ଏସ୍ଓଜି, ଡିଭିଏଫ୍ ଓ ବିଏସ୍ଏଫଙ୍କ ମିଳିତ କୁମ୍ବିଂ ଅପରେସନ କରାଯାଇଥିଲା ।

ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଯବାନ ମାନେ ଏକ ମାଓ ଡମ୍ପକୁ ଠାବ କରିଥିଲେ । ସେଠାରୁ ଏସ୍ ବିପିଏଲ୍ ଗନ୍, କଣ୍ଟ୍ରି ମେଣ୍ଟ ରାଇଫଲ୍ ବହୁ ମାତ୍ରାରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଛି । ସାଧାରଣ ଜନତା ଓ ପୋଲିସମାନଙ୍କୁ କ୍ଷତି କରିବା ପାଇଁ ମାଓବାଦୀମାନେ ବିସ୍ଫୋରକ ରଖିଥିବା ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି । ସେ କହିଛନ୍ତି "ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ମାଓବାଦୀଙ୍କ ସହିଦ ସପ୍ତାହରେ କୌଣସି ସ୍ଥାନରେ ମାଓ ପୋଷ୍ଟର ଓ ଅଘଟଣ ଘଟିନଥିବା ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.