ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Nov 12, 2022, 10:47 AM IST

health workers held rally in malkangiri demands for permanent employment

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ । ନିୟମିତ ଦାବିରେ ଶତାଧିକ ଠିକା କର୍ମଚାରୀ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି: ରାଜରାସ୍ତାକୁ ଓହ୍ଲାଇଲେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟରତ ଠିକା କର୍ମଚାରୀ । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ପୂରଣ ନେଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଥିବା ଶତାଧିକ ଠିକା କର୍ମଚାରୀ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ

ଅକ୍ଟୋବର 16 ତାରିଖ ଦିନ ରାଜ୍ୟ ସରକାର ସମସ୍ତ ବିଭାଗର ଠିକାକର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଦାବି ପୂରଣ ହୋଇନାହିଁ । ଯାହା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ଠିକା କର୍ମଚାରୀ କହିଛନ୍ତି ।

ଏନେଇ ସେମାନେ ଆହୁରି ମଧ୍ୟ କହିଛନ୍ତି, "ମାଲକାନଗିରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ୧୬୮ ଜଣ କାର୍ଯ୍ୟ କରୁଛନ୍ତି । ମାଲକାନଗିରି ଭଳି ଦୁର୍ଗମ, ନକ୍ସଲ ପ୍ରବଣ ଅଞ୍ଚଳରେ କାମ କରିବା କେତେ କଷ୍ଟ ଦାୟକ ତାହା ନିଜେ ଅଙ୍ଗେ ନନିଭାଇଲେ ଜାଣିହେବ ନାହିଁ ବୋଲି ଅଭିଯୋଗ କରାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧିନରେ ଠିକା କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ ବିଭାଗର ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରାଯାଇଥିବାରୁ ଆମେ ମର୍ମାହତ । ଏହି ତିନି ବିଭାଗରେ ରାଜ୍ୟର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ନିୟମିତ ହୋଇପାରି ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

ତେଣୁ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମସ୍ତଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଆସନ୍ତା ୨୧ ତାରିଖରେ ଭୁବନେଶ୍ବର ଠାରେ ବିଭିନ୍ନ ଦାବି ନେଇ ଠିକା କର୍ମଚାରୀ ସଂଘ ପକ୍ଷରୁ ବିରାଟ ରାଲି ଓ ଧାରଣା ଦିଆଯିବ ବୋଲି କୁହାଯାଇଛି । ସୂଚନା ଥାଉକି, ଓଡିଶାରୁ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଛି । ଫଳରେ ୫୭ ହଜାରରୁ ଅଧିକ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ କରାଯିବ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.