ମାଲକାନଗିରିରେ ଡରାଉଛି ଡେଙ୍ଗୁ, ଚିକିତ୍ସାଳୟରେ ଦେଖାଦେଲାଣି ବେଡ୍‌ ସଙ୍କଟ

author img

By

Published : Sep 14, 2022, 1:54 PM IST

dengue cases increase in malkangiri bed shortage at hospital

ମାଲକାନିଗିରିରେ ହୁ ହୁ ହୋଇ ବଢ଼ିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ ୬୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି: ଜିଲ୍ଲାରେ ଅଣାୟତ ହେଲାଣି ଡେଙ୍ଗୁ ସଂକ୍ରମଣ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଜୁଲାଇ ମାସରେ ୩୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ମାସରେ ୬୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ସଦର ମହକୁମା ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ବେଡ ଅଭାବରୁ ତଳେ ଶୋଇଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ମାଲକାନଗିରି ସଦର ମହକୁମା ଚିକିତ୍ସାଳୟରେ ଡୋଙ୍ଗୁ ରୋଗୀଙ୍କ ପାଇଁ ଆଇସୋଲେସନ ଓ୍ବାର୍ଡରେ ୮ଟି ବେଡ ରହିଛି । କିନ୍ତୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ତଳେ ଶୋଉଥିବା ଚିକିତ୍ସାଳୟ କର୍ମଚାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି," ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ଆଉ ଦୁଇଟି ୱାର୍ଡ ଖୋଲାଯାଇଛି । କିନ୍ତୁ ସେଥିରେ 5ଟି ବେଡ ରହିଛି । ବେଡ ଥିଲେ ମଧ୍ୟ ଆବଶ୍ୟକ ରୁମ ନଥିବାରୁ ରୋଗୀଙ୍କୁ ତଳେ ରଖିବାକୁ ପଡୁଛି । ବର୍ତ୍ତମାନ ସୁଦ୍ଧା 27 ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।" ମୁଖ୍ୟତଃ ଚିତ୍ରକୋଣ୍ଡା ଓ ମାଲକାନଗିରି ସହରରୁ ଅଧିକ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । କେତେକ ରୋଗୀଙ୍କ ପ୍ଲାଟଲେଟ କମିଯିବାରୁ ସେମାନଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ: ମାଲକାନଗିରିରେ କାୟା ମେଲୁଛି ଡେଙ୍ଗୁ, ୪୭ ଆକ୍ରାନ୍ତ ଚିହ୍ନଟ

ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡେଙ୍ଗୁ ବ୍ୟାପିବା ନେଇ ଭୟଭିତ ନହେବାକୁ କହିଛନ୍ତି । ଗାଁ ଗାଁରେ ଲୋକେ ମଶାରୀ ବ୍ୟବହାର କରିବା ସହ ପରିବେଶକୁ ସଫା ରଖିବା ପାଇଁ ସଚେତନ କରାଯାଉଛି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପରିଷଦ ସହଯୋଗ କରୁଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ଆଇସୋଲେସନ ଓ୍ବାର୍ଡ ବଢାଯାଇ ବେଡ ସଂଖ୍ୟା ବଢାଇବା ଲାଗି ହସ୍ପିଟାଲ ସୁପରିଟେଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଥିବା ସିଡିଏମଓ କହିଛନ୍ତି ।

ପୌର ପରିଷଦ ପକ୍ଷରୁ ସମଗ୍ର ସଦର ମହକୁମାରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣି ବ୍ଲିଚିଙ୍ଗ ସିଞ୍ଚନ ସହ ମଶା ଧୂଆଁ ଦେଇ ପରିବେଶ ସୁରକ୍ଷା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅଙ୍ଗନବାଡି କର୍ମୀମାନେ ଘର ଘର ବୁଲି ସଚେତନ କରୁଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ସଚେତନତାର ଅଭାବ ଯୋଗୁଁ ଏହି ଡେଙ୍ଗୁ ରୋଗ ବ୍ୟାପୁ ଥିବା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଡେଙ୍ଗୁ ସଂକ୍ରମଣରୁ କିଭଳି ସ୍ଥାନୀୟ ଅଧିବାସୀ ସଚେତନତା ହୋଇ ପାରିବେ ସେଥିନେଇ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦଳ ଗଠନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.