ମାଲକାନଗିରିରେ କାୟା ମେଲୁଛି ଡେଙ୍ଗୁ, ୪୭ ଆକ୍ରାନ୍ତ ଚିହ୍ନଟ

author img

By

Published : Sep 2, 2021, 10:19 AM IST

ମାଲକାନଗିରି ଜିଲ୍ଲାରେ 47 ଡେଙ୍ଗୁରେ ଆକ୍ରାନ୍ତ

ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ସପ୍ତାହକ ମଧ୍ୟରେ 47ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲାରେ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ସପ୍ତାହକ ମଧ୍ୟରେ 47ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ହୁ ହୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ମାଲକାନଗିରି ଜିଲ୍ଲାରେ 47 ଡେଙ୍ଗୁରେ ଆକ୍ରାନ୍ତ

ଜିଲ୍ଲା ହସ୍ପିଟାଲରେ ପେଟ୍ ଲେଟ୍ ଚଢେଇବା ମେସିନ୍ ନଥିବାରୁ ଜିଲ୍ଲା ବାହାରକୁ ଆକ୍ରାନ୍ତଙ୍କୁ ପଠାଯାଉଛି । ଜିଲ୍ଲାରେ ଏବେ ସୁଦ୍ଧା 47 ଜଣ ଡେଙ୍କୁ ରୋଗୀ ଚିହ୍ନଟ ହେଲେଣି । ୪୭ ଜଣଙ୍କ ମଧ୍ୟରୁ ମାଲକାନଗିରି ମୁନିସିପାଲଟିରେ 27, ଚିତ୍ରକୁଣ୍ଡାରେ 7,ଛତିଶଗଡ ସୁକୁମାର 2, ବାଲିମେଳା ଏନଏସିର ଜଣେ ଥିବାବେଳେ ଆଉ 9ଜଣ ଗ୍ରାମାଞ୍ଚଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ମ୍ୟୁନିସିପାଲଟି ଅଧିକାରୀ ଏବଂ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଆଶୀକର୍ମୀମାନଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ସିଡିଏମଓ କହିଛନ୍ତି । ହେଲେ ପ୍ରଶାସନ ତରଫରୁ ଥରେ ବି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଅପର ପକ୍ଷରେ ପୌର ପରିଷଦ ପକ୍ଷରୁ ସମଗ୍ର ସଦର ମହକୁମାରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣି ବ୍ଲିଚିଙ୍ଗ ସିଞ୍ଚନ ସହ ମଶା ଧୂଆଁ ଦେଇ ପରିବେଶ ସୁରକ୍ଷା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଅଙ୍ଗନବାଡି କର୍ମୀମାନେ ଘର ଘର ବୁଲି ସଚେତନ କରୁଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ସଚେତନତାର ଅଭାବ ଯୋଗୁଁ ଏହି ଡେଙ୍ଗୁ ରୋଗ ବ୍ୟାପୁ ଥିବା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଡେଙ୍ଗୁ ସଂକ୍ରମଣରୁ କିଭଳି ସ୍ଥାନୀୟ ଅଧିବାସୀ ସଚେତନତା ହୋଇ ପାରିବେ ସେଥିନେଇ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦଳ ଗଠନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଏବେ ସୁଦ୍ଧା ୨୮୦ଜଣଙ୍କ ପରୀକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି ସିଡିଏମଓ ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.