ETV Bharat / state

ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଛତିଶଗଡ ପୋଲିସ ଓ ବନବିଭାଗର ଚଢାଉ

author img

By

Published : Aug 7, 2022, 5:48 PM IST

ମାଲକାନଗିରିରେ ୩ଟି କେନ୍ଦୁପତ୍ର ଗୋଦାମରେ ଚଢାଉ କଲା ଛତିଶଗଡ ପୋଲିସ ଓ ବନବିଭାଗ । ଅଧିକ ପଢନ୍ତୁ

ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଛତିଶଗଡ ପୋଲିସ ଓ ବନବିଭାଗର ଚଢାଉ
ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଛତିଶଗଡ ପୋଲିସ ଓ ବନବିଭାଗର ଚଢାଉ

ମାଲକାନଗିରି: ଜିଲ୍ଲାର ୩ଟି କେନ୍ଦୁପତ୍ର ଗୋଦାମରେ ଚଢାଉ କଲା ଛତିଶଗଡ ପୋଲିସ ଓ ବନବିଭାଗ । ମାଲକାନଗିରିରେ ଚାଲିଥିବା ବିଭିନ୍ନ ଚୋରା କେନ୍ଦ୍ରୁପତ୍ର ଗୋଦାମରେ ଚଢାଉ କରିଛି । ମାଲକାନଗିରିରକୁ ବାହାର ରାଜ୍ୟର କେନ୍ଦୁପତ୍ର ଆସୁଥିବାରୁ ଚଢାଉ କରାଯାଇଥିବା ସୂଚନା ମିଳିଛି ।

ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଛତିଶଗଡ ପୋଲିସ ଓ ବନବିଭାଗର ଚଢାଉ

ସୂଚନା ଅନୁଯାୟୀ, ଗତକାଲି(ଶନିବାର)ଠାରୁ ଛତିଶଗଡ ପୋଲିସ୍, କେନ୍ଦୁପତ୍ର ବିଭାଗ ଓ ବନବିଭାଗ ମାଲକାନଗିରି ପହଞ୍ଚି ଜିଲ୍ଲା ପୋଲିସ ଓ ବନବିଭାଗ ଅଧିକାରୀଙ୍କ ସହାୟତା କ୍ରମେ ଚୋରା କେନ୍ଦୁପତ୍ର ଗୋଦାମ୍ ଉପରେ ଚଢାଉ ଜାରି ରଖିଛନ୍ତି । ଗତକାଲି ଏମଭି ୪୩ ସ୍ଥିତ ରହିମ୍ ଖାନ୍ ଗୋଦାମରୁ ୩୦୦ ବସ୍ତା ଛତିଶଗଡ ଚୋରା କେନ୍ଦୁପତ୍ରକୁ ଜବତ କରିବା ସହ ଆଜି ଏମଭି ୧୬ ସ୍ଥିତ କେନ୍ଦୁପତ୍ର ଗୋଦାମ ଉପରେ ଚଢାଉ କରିଛନ୍ତି ।

ଛତିଶଗଡ ସୁକୁମା ଜିଲ୍ଲା କୋଣ୍ଟା ଅଞ୍ଚଳର ଗୁଲାମ୍ ଖାନ୍ ନାମକ ବେପାରି କୋଣ୍ଟା ଅଞ୍ଚଳର ବିଭିନ୍ନ ଗ୍ରାମରୁ କେନ୍ଦୁପତ୍ର ଆଣି ଲୋକଙ୍କୁ ଟଙ୍କା ଦେଉନଥିଲେ । ଅଭିଯୁକ୍ତ ଗୁଲାମ୍ କୋଣ୍ଟା ଅଞ୍ଚଳରୁ କେନ୍ଦୁପତ୍ର ଆଣି ମାଲକାନଗିରି ବେପାରୀଙ୍କୁ ବିକ୍ରୀ କରୁଥିବା କହିଛନ୍ତି ଛତିଶଗଡ ଦାନ୍ତେୱାଡା ଏସଡିଏଫଓ । ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ଛତିଶଗଡ ନେବା ବ୍ୟବସ୍ଥା କରୁଛି ଛତିଶଗଡ କେନ୍ଦୁପତ୍ର ବିଭାଗ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.