ETV Bharat / state

ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର

author img

By

Published : May 17, 2023, 12:06 PM IST

ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର
bypass current connection

ଚୋରା ବିଜୁଳିରେ ଚାଲିଛି ମାଲକାନଗିରି ଉପ କାରାଗାର । ବାଇପାସ କରି ଜେଲରେ ବିଜୁଳି ଚାଲୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର

ମାଲକାନଗିରି: ଜେଲ୍‌ରେ ଚୋରା ବିଜୁଳି କାରବାର । ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର । କଏଦୀମାନେ କିଭଳି ଭଲରେ ରହିବେ ସେଥିପାଇଁ ଗୃହ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜେଲ୍‌ରେ ଯୋଗାଇ ଦିଆଯାଏ । ହେଲେ ଏହି କାରାଗାରରେ ବ୍ୟବହାର କରାଯାଉଥିବା ବିଦ୍ୟୁତ୍ ଯେ ଚୋରାରେ ଚାଲୁଛି ଏହି କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ବି ପଢନ୍ତୁ...ଆସନ୍ତାକାଲିଠୁ ପୁରୀରୁ ଗଡିବ ବନ୍ଦେ ଭାରତ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ମାଲକାନଗିରି ଜିଲ୍ଲା ଉପ କାରାଗାରରେ ୬୦୦ରୁ ଊର୍ଦ୍ଧ୍ବ କଏଦୀ ଅଛନ୍ତି । ଏହି ଉପକାରାଗାର ଦାୟିତ୍ବରେ ଥିବା ଜେଲ୍ ସୁପରିଟେଣ୍ଡଙ୍କ ଜାଣତରେ ଜେଲ୍ ଭିତରେ ବାଇପାସ୍ କରେଣ୍ଟ ବ୍ୟବହାର କରାଯାଉଥିବା ବିଶେସ ସୂତ୍ରରୁ ଖବର ମିଳିଛି । ଖବର ମିଳିବା ପରେ ଆମ ଟିମ୍‌ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଭେଟିଥିଲେ । ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଏହି ଅଭିଯୋଗ ପାଇ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଭିଜିଲାନ୍ସ ଟିମ୍ ଚଢାଉ କରି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଶେଷରେ ବାଧ୍ୟହୋଇ ସ୍ଥାନୀୟ ବିଜୁଳି ବିଭାଗ କର୍ମଚାରୀ ଜେଲ୍ ଆସି ବୁଲି ଦେଖିବାପରେ ଜେଲ୍‌ର ବହୁ ସ୍ଥାନରେ ବାଇପାସ୍ କରେଣ୍ଟ ଲାଗିଥିବା ଦେଖିବାକୁ ପାଇଥିଲେ ।

ଏହା ବି ପଢନ୍ତୁ...ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲା ୧୧ ଜୀବନ

ଜେଲ୍ ସମ୍ମୁଖରେ ଥିବା ଏକ କରେଣ୍ଟ ପୋଲୋଠାରୁ ବିଜୁଳି କନେକ୍ସନ ଯାଇଥିବା ପରୋକ୍ଷରେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଉପ କାରାଗାରରେ ଥିବା ମୁଦଲା ଓ କଏଦୀମାନଙ୍କର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଏହା ପୁର୍ବରୁ ଏଠାରେ ବେଆଇନ୍ ଭାବେ କିଭଳି କୁକ୍ଷାତ ଅପରାଧୀମାନେ ମୋବାଇଲ ଫୋନ୍‌ ବ୍ୟବହାର କରିବା ସହ ବିଭିନ୍ନ ସୁବିଧା ସୁଯୋଗ ପାଉଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବିଭିନ୍ନ ଜେଲ୍ ମଧ୍ୟରେ ଏଭଳି ବେଆଇନ୍ କାମ ଚାଲୁଥିବା କଟକର ଜଣେ ସମାଜ ସୁନିଲ୍ କୁମାର ରଥ ରାଜ୍ୟପାଳ ଓ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ପତ୍ର ମାଲକାନଗିରି ଉପ କାରାଗାରରେ ଦାୟିତ୍ବରେ ଥିବା ଜେଲ୍ ସୁପରିଟେଣ୍ଡ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ଥିବା ଜଣାପଡିଥିଲା । ତେବେ ମାଲକାନଗିରି ଉପ କାରାଗାରରେ କିପରି ବିଦ୍ୟୁତ ଚୋରା କାରବାର ଚାଲିଛି ତାହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.