ETV Bharat / state

ଦିନକୁ ଦିନ ଅସହ୍ୟ ହେଉଛି ଯନ୍ତ୍ରଣା, ଇଚ୍ଛାମୃତ୍ୟୁ ମାଗୁଛି ‘ଚମ୍ପା’

author img

By

Published : Oct 17, 2019, 11:49 PM IST

ମାଲକାନଗିରିର ଝିଅ ଚମ୍ପା । ଯେଉଁ ବୟସରେ ହସିଖେଳି ସାଙ୍ଗମାନଙ୍କ ସହ ସମୟ ବିତାଇବା କଥା । ସେହି ବୟସରେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । କିନ୍ତୁ କାହିଁକି ? ଅଧିକ ପଢନ୍ତୁ ।

ଇଚ୍ଛା ମୃତ୍ୟୁ ମାଗୁଛି ଚମ୍ପା

ମାଲକାନଗିରି: ନାଁ ତାଙ୍କର ଚମ୍ପା । ଫୁଲ ଭଳି ପ୍ରସ୍ଫୁଟିତ ହେବା ଆଗରୁ ଝିଅଟି ଚାହୁଁଛି ଇଚ୍ଛାମୃତ୍ୟୁ । ଦୀର୍ଘ 13 ବର୍ଷର ଅସହ୍ୟ ଯନ୍ତ୍ରଣାକୁ ଆଉ ସହିପାରୁନାହାନ୍ତି ସେ । କଷ୍ଟ ଜର୍ଜରିତ ଜୀବନରେ ପକାଇବାକୁ ଚାହୁଛନ୍ତି ପୂର୍ଣ୍ଣଚ୍ଛେଦ । ପରିବାର ଲୋକ ବି ଝିଅକୁ ଯମ ଯନ୍ତ୍ରଣାରେ ଝୁଝୁଥିବା ଦେଖି ଅସହାୟ ହୋଇ ପଡିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ମାଲକାନଗିରିର ଆଦିବାସୀ ଝିଅ ଚମ୍ପା କାଲକୁରା ।

ଇଚ୍ଛା ମୃତ୍ୟୁ ମାଗୁଛି ଚମ୍ପା

କାନ୍ଦିବାକୁ ଆଖିରେ ଲୁହ ନାହିଁ । ଦୁଃଖ ବଖାଣିବାକୁ ପାଟିରେ ଭାଷା ନାହିଁ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ଜୀବନ । ନା ଆଶା ଅଛି ନା ଭରସା । ବଞ୍ଚିବାର ସବୁ ଆଶା ଯେମିତି ମଉଳି ଯାଇଛି । ସେଥିପାଇଁ ତ କାଗଜ ଖଣ୍ଡିଏରେ ଲେଖିଦେଇଛି ସବୁ ବେଦନା । ଆଉ ମାଗୁଛି ଇଚ୍ଛାମୃତ୍ୟୁ । ଆମେ କୁହୁଛୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସର୍ଗୀଗୁଡାରେ ରହୁଥିବା 24 ବର୍ଷୀୟ ଚମ୍ପା କାଲକୁରାଙ୍କ କଥା ।

ଯେଉଁ ବୟସରେ ସାଙ୍ଗମେଳିରେ ଖୁସି ବାଣ୍ଟିବା କଥା, ସେଇ ବୟସରେ ସେ ହୋଇପଡିଛନ୍ତି ଶଯ୍ୟାଶାୟୀ । ସେ ଆଉ ସହିପାରୁନାହାନ୍ତି ଯନ୍ତ୍ରଣା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ।

ସବୁ ଚାଲିଥିଲା ଠିକ୍‌ଠାକ୍ । ହେଲେ ହଠାତ୍ 2006ରେ ଚମ୍ପା ଯେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲେ, ତାଙ୍କୁ ଅଜଣା ରୋଗ ଗ୍ରାସି ଥିଲା । ଏହାପରେ ସେ ଶଯ୍ୟାସାୟୀ ହୋଇଗଲେ । ମସିହାରେ ସେହିଦିନ ଠୁ ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ଓ ଶୌଚ ପର୍ଯ୍ୟନ୍ତ ସବୁ କାମ ପାଇଁ ସେ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ଏକମାତ୍ର ଗେହ୍ଲା ଝିଅକୁ ଏପରି ଅବସ୍ଥାରେ ଦେଖି ପରିବାରଲୋକେ ଯେମିତି ମରି ମରି ଜିଉଁଛନ୍ତି । ଆଉ ଝିଅକୁ ଠିକ୍ କରିବା ପାଇଁ ସର୍ବସ୍ବାନ୍ତ ମଧ୍ୟ ହୋଇଗଲେଣି । ଏପରି ସ୍ଥିତିରେ ଲୋଡିଛନ୍ତି ସରକାରୀ ସହାୟତା ।

ଚମ୍ପା ଉପରେ ଯଦି ସରକାରଙ୍କ ଶୁଭ ଦୁଷ୍ଟି ପଡନ୍ତା । ଫୁଲଟି ପରି ଝଡି ମଉଳିଯିବା ଆଗରୁ ପ୍ରସ୍ଫୁଟିତ ହୋଇଉଠନ୍ତା ଏହି ଆଦିବାସୀ ଝିଅ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ ୧୩ ବର୍ଷ ଶଯ୍ୟାସାଇ ହୋଇ ପଡିରହିଛି ଜଣେ ଆଦିବାସୀ ଯୁବତୀ । ପରିବାର ଆର୍ଥିକ ଅବସ୍ତା ଭଲ ନଥିବାରୁ ବାଲ୍ୟ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ମୃତ୍ୟୁକୁ ଅପେକ୍ଷା କରିଛି ଜଣେ ଯୁବତୀ । ପରିବାର ଲୋକେ ଏକ ମାତ୍ର ଝିଅର ଉତ୍ତମ ଚିକିତ୍ସା ନିମନ୍ତେ ସର୍ବସାନ୍ତ ହୋଇ ପଡିଥିବା ବେଳେ ରୋଗିଣା ଝିଅ ଏବେ ଅସହାୟ ହୋଇ ଶେଷରେ ଇଛା ମୃତ୍ୟୁ ନିମନ୍ତେ ଚିଠି ଲେଖିଛି ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ।

ଦେଖନ୍ତୁ ଆମର ଏହି ଏକ୍ସଲୁସିଭ ରିପୋର୍ଟ................Body:ଭି.ଓ.୧- କିଛି କହିବା ଆଗରୁ ଆଖିରୁ ବୋହି ପଡୁଛି ଲୁହ । ଦୀର୍ଘ ୧୩ ବର୍ଷ ଧରି ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ସତେ ଯେମିତି ତା ଆଖିରେ ଆଉ ଲୁହ ନାହି । ନିଜର ଦୁଃଖ ବଖାଣିବାକୁ ତା ପାଖରେ ଯେମିତି ଆଉ ଭାଷା ନାହି । ସେଇଥି ପାଇଁ ତୋ କାଗଜରେ ସବୁବେଳେ କିଛି ଲେଖି ଲେଖି ନିଜର ଦୁଃଖ ଜଣାଇ ଆସୁଛି ସେ । ତେବେ ତାହାର କଥା କେହି ନଶୁଣିବାରୁ ଶେଷରେ ମୁଖ୍ୟ ମନ୍ତ୍ରୀଙ୍କୁ ଇଛା ମୃତ୍ୟୁର ଛିଠି ଲେଖିଛି ସେ । ଏମିତି ଏକ ହୃଦୟ ବିଦରକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗୀଗୁଡା ଗ୍ରାମରେ । ନରସିଙ୍ଗ କାଲକୁରା ନିଜର ଦୁଇ ପୁଅ ଓ ଏକମାତ୍ର ଝିଅକୁ ନେଇ ଖୁସିରେ ସଂସାର କରୁଥିଲେ । ହେଲେ ୨୦୦୬ ମସିହାରେ ଝିଅ ଚମ୍ପା ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲା । ଆଉ ସେଦିନ ଠାରୁ ଚମ୍ପାର ସବୁ ସ୍ବପ୍ନ ମାଟିରେ ମିଶିଗଲା ଆଉ ଜମି ବାଡ଼ି ବିକି ଚିକିତ୍ସା କରାଇଥିଲେ ପରିବାର ଲୋକେ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ଏବେ କେବଳ ଭଗବାନଙ୍କ ଭରଷାରେ ପଡି ରହିଛି ସେ ।

ବାଇଟ-୧- ନରସିଙ୍ଗ କାଲକୁରା, ପିଡିତା ର ବାପା
ବାଇଟ-୨- ମୁନିରାମ କାଲକୁରା, ସମ୍ପର୍କୀୟ

ଭି.ଓ- ୨- ଚମ୍ପାର ବୟସ ଏବେ ପ୍ରାୟ ୨୪ ବର୍ଷ ହେବ । ଏହି ବୟସର ଝିଅ ମାନେ ସବୁ ଶାଶୁ ଘରକୁ ଯାଇ ସଂସାର କଲେଣି । କିନ୍ତୁ ଆମ ଝିଅ ଏବେ ବୁଢ଼ୀ ମା ଉପରେ ନିର୍ଭର କରୁଛି । ଶୋଇବା ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ଓ ଶୌଚ ପର୍ଯ୍ୟନ୍ତ ସବୁ କାମ ଏବେ ଅନ୍ୟ ଉପରେ ନିର୍ଭର କରୁଛି । ଯାହାକି ସେ ଅନ୍ୟର ସାହାରା ହେବା ବଦଳରେ ନିଜେ ସାହାରା ଖୋଜୁଛି । ଚମ୍ପାର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସବୁ ବଞ୍ଚିକି ମରି ମରି ଜିଉଞ୍ଚନ୍ତି । କେବେ ହସିବ କେବେ ନିଜେ ଚାଲିବ ଏମିତିରେ ଏକ ମାତ୍ର ଗେଲ୍ଲା ଝିଅକୁ ନେଇ ପରିବାର ଲୋକଙ୍କ ମନରେ କେତେ କଣ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅର୍ଥ ଅଭାବ ଯୋଗୁଁ ଉନ୍ନତ ମାନର ଚିକିତ୍ସା କରି ନପାରିବାରୁ ଶେଷରେ ନିଜେ ଚମ୍ପା ଇଛା ମୃତ୍ୟୁର ଅନୁମତି ନିମନ୍ତେ ଚିଠି ଲେଖିଛି ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ।

ବାଇଟ-୩ - ଭାସ୍କର କାଲକୁରା, ସମ୍ପର୍କୀୟ
Conclusion:ଫା.ଭି.ଓ- କେବେ ସରକାରଙ୍କ ଦ୍ରୁଷ୍ଟି ଚମ୍ପା ଉପରେ ପଡିବ ତାହା ସମୟ ହିଁ କହିବ । ତେବେ ଚମ୍ପାକୁ ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକ ରହିଛି କୌଣସି ଅନୁଷ୍ଠାନ ଯଦି ଚମ୍ପାକୁ ସାହାଯ୍ୟର ହାତ ବଢାଇ ଥାଆନ୍ତା ତାହା ହେଲେ ଚମ୍ପା ପୁର୍ବ ପରି ସମାଜରେ ପୁଣି ଥରେ ଚାଲି ପାରନ୍ତା ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.