ETV Bharat / state

ବୃଦ୍ଧାଙ୍କ ରାସ୍ତାରୁ ଗୋଟାଇ ଖାଇବା ଘଟଣା, ଦୁଃଖ ବୁଝିଲା ଆଇନ ସେବା ପ୍ରାଧିକରଣ

author img

By

Published : Apr 15, 2021, 7:49 PM IST

ମାଲକାନଗିରି ଅସହାୟ ବୃଦ୍ଧା, ଦୁଃଖ ବୁଝିଲା ଆଇନ ସେବା ପ୍ରାଧିକରଣ
ମାଲକାନଗିରି ଅସହାୟ ବୃଦ୍ଧା, ଦୁଃଖ ବୁଝିଲା ଆଇନ ସେବା ପ୍ରାଧିକରଣ

ମାଲକାନଗିରି ସଦର ମହକୁମାର ଜଣେ ଅସହାୟ ବୃଦ୍ଧା ରାସ୍ତାରୁ ଗୋଟାଇ ଖାଇବା ଘଟଣା । ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ମାଲକାନଗିରି: ସଦର ମହକୁମାର ଜଣେ ଅସହାୟ ବୃଦ୍ଧାଙ୍କ ରାସ୍ତାରୁ ଗୋଟାଇ ଖାଇବା ଘଟଣା । ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିଛି ମାଲକାନଗିରି ଆଇନ ସେବା ପ୍ରାଧିକରଣ । ତେବେ ବୃଦ୍ଧାଙ୍କ ନାମ ଫୁଲମତି ହୋଇଥିବାବେଳେ ସେ ଦୁଇ ମାସ ହେବ କୌଣସି ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି । ଏପରିକି ବୃଦ୍ଧାଙ୍କ ଆଖି, ଆଙ୍ଗୁଳି ଆଧାର କାର୍ଡ ପାଇଁ ଚିହ୍ନଟ ହୋଇ ପାରୁନଥିବାରୁ ସେ କୌଣସି ସରକାରୀ ସହାୟତା ପାଇପାରୁନାହାନ୍ତି । ତେଣୁ ସକାଳ ହେଲେ ଏଣେତେଣେ ବୁଲି ଖାଇବାକୁ ମାଗୁଛନ୍ତି ।

ମାଲକାନଗିରି ଅସହାୟ ବୃଦ୍ଧା, ଦୁଃଖ ବୁଝିଲା ଆଇନ ସେବା ପ୍ରାଧିକରଣ

ବୁଧବାର ସକାଳେ କୌଣସି ବ୍ୟକ୍ତି ଫୁଲମତିଙ୍କୁ ଖାଦ୍ୟ ପୁଡିଆ ଦେଇଥିଲେ । ଏହାକୁ ସେ ଖାଇବା ପାଇଁ ଘରକୁ ନେଉଥିବା ସମୟରେ ଖାଦ୍ୟ ତଳେ ପଡିଯାଇଥିଲା । ଏହାପରେ ବୃଦ୍ଧା ଭୋକ ସମ୍ଭାଳି ନ ପାରି ରାସ୍ତାରେ ପଡିଥିବା ପୁରି ଓ ତରକାରୀ ଖାଇବାକୁ ଲାଗିଥିଲେ ।

ସୂଚନାଯୋଗ୍ୟ, ବୃଦ୍ଧାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ରହିଛନ୍ତି । ପୁଅ ମୂଲ ଲାଗୁଥିବାବେଳେ ଝିଅ ଦୁଇ ଜଣ ବାହା ହୋଇ ଅନ୍ୟତ୍ର ରହୁଛନ୍ତି । ବୃଦ୍ଧା ଫୁଲମତିଙ୍କ ପୁଅ ଲକ୍ଷ୍ମୀକାନ୍ତ କହିଛନ୍ତି ଯେ ମାଆଙ୍କର ଦୁଇ ମାସ ହେବ ଭତ୍ତା ମିଳୁନାହିଁ । ଯାହାକୁ ନେଇ ମାଆ ଚିନ୍ତାରେ ରହିଥିବା ବେଳେ ପୂର୍ବରୁ ଏଣେତେଣେ ବୁଲି ମାଗି ମାଗି ଖାଆନ୍ତି ।

ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ତତ୍ପରତା ଦେଖିବାକୁ ମିଳିନଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଟିମ ଗଠନ କରାଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ବୃଦ୍ଧାଙ୍କ ପୁଅ ତାଙ୍କୁ ନେଇ ଘରେ ରଖିବା ସହ ସମସ୍ତ ଦାୟିତ୍ଵ ନେବେ ବୋଲି କହିଛନ୍ତି । ଏହାସହ ବୃଦ୍ଧା ଜଣକୁ କିପରି ଆଧାର କାର୍ଡ କରାଇଦେବା ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ସେନେଇ ଆଇନ ସେବା ପ୍ରାଧିକରଣ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.