ETV Bharat / state

ମାଲକାନଗିରିରୁ ୩ ଲୋକାଲ କୋରୋନା ପଜିଟିଭ ଚିହ୍ନଟ

author img

By

Published : Jul 8, 2020, 12:10 PM IST

Malkangiri
ମାଲକାନଗିରିରୁ ୩ ଲୋକାଲ କୋରୋନା ପଜେଟିଭ

ଆଜି(ବୁଧବାର) ମାଲକାନଗିରି ଜିଲ୍ଲାରୁ ୩ ଲୋକାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଲିମେଳା ଏନଏସିରୁ ଥିବାବେଳେ ୨ଜଣ ମାଲକାନଗିରି ପୌରପରିଷଦର କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡିଛି ।

ମାଲକାନଗିରି: ପ୍ରତିଦିନ ଏବେ ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ଆଜି(ବୁଧବାର) ମାଲକାନଗିରି ଜିଲ୍ଲାରୁ ୩ ଲୋକାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଲିମେଳା ଏନଏସିରୁ ଥିବାବେଳେ ୨ଜଣ ମାଲକାନଗିରି ପୌରପରିଷଦର କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡିଛି ।

ବାଲିମେଳା ଏନଏସିରୁ ଚିହ୍ନଟ ହୋଇଥିବା କୋରୋନା ପଜିଟିଭର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ଚିହ୍ନଟ ପରେ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟ 2ଜଣ କୋରୋନା ପଜିଟିଭ ପୂର୍ବ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି ଓ ସେମାନଙ୍କୁ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ମୋଟ ୧୧୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ଜଣ ସକ୍ରିୟ ଅଛନ୍ତି । ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.