ETV Bharat / state

ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ

author img

By

Published : Dec 1, 2022, 11:04 PM IST

ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ
ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ

କୋରାପୁଟ ଜିଲ୍ଲାରେ ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ । କିଛି ବର୍ଷ ପୂର୍ବେ ଏହି ଜିଲ୍ଲାରେ ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ବହୁବିଧ ଯୋଜନା ପ୍ରଣୟନ କରାଯାଇ ବ୍ୟାପକ ଭାବେ କାର୍ଯ୍ୟ କରାଯାଇଥିଲା। ଅଧିକ ପଢ଼ନ୍ତୁ

କୋରାପୁଟ : କୋରାପୁଟ ଜିଲ୍ଲାରେ ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ । କିଛି ବର୍ଷ ପୂର୍ବେ ଏହି ଜିଲ୍ଲାରେ ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ବହୁବିଧ ଯୋଜନା ପ୍ରଣୟନ କରାଯାଇ ବ୍ୟାପକ ଭାବେ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଚଆଇଭି ସଂକ୍ରମଣ ବିରୋଧରେ ହେଉଥିବା ସଂଗ୍ରାମରେ କିଛି ମାତ୍ରାରେ ଶିଥିଳତା ପରିଲକ୍ଷିତ ହେଉଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଏକତାର ସମ୍ପାଦକ ଜଗନ୍ନାଥ ମିଶ୍ର ମତ ରଖିଛନ୍ତି ।

ଏଚଆଇଭି ସଂକ୍ରମଣର ଭୟାବହତା କମି ନାହିଁ

ତେବେ ସାରା ବିଶ୍ୱରେ ଏଚଆଇଭି ସଂକ୍ରମଣର ପରିମାଣ କ୍ରମେ କମୁଥିବା ପରିପ୍ରେକ୍ଷୀରେ ଏହି ଭୂତାଣୁ ଦ୍ଵାରା ପ୍ରଭାବିତ ବ୍ୟକ୍ତିମାନେ ଜିଲ୍ଲାରେ ଯୋଗାଇ ଦିଆଯାଉଥିବା ଏଆରଟିର ଲାଭ ଉଠାଇ ଏକ ସୁସ୍ଥ ଜୀବନ ବିତାଇବା ପାଇଁ କୋରାପୁଟ ସିଡିଏମଓ ଅରୁଣ ପାଢ଼ୀ ଆଜି ବିଶ୍ୱ ଏଡସ ଦିବସ ଅବସରରେ ଅପିଲ କରିଛନ୍ତି । ଏହି ଅବସରରେ ସହରରେ ଏକ ସଚେତନତା ଶୋଭାଯାତ୍ରା ହୋଇଥିଲା । ସଚେତନତା ହିଁ ଏହି ମହାମାରୀର ମୂଳ ଔଷଧ ବୋଲି ଏହି ଶୋଭାଯାତ୍ରାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.