ETV Bharat / state

ସାହା ହେଲା ସ୍ବଚ୍ଛାସେବୀ ସଂଗଠନ, ଚାଲିବାକୁ ସକ୍ଷମ ହେଉଛି ଟଙ୍କ ଜାନି

author img

By

Published : Oct 19, 2022, 12:26 PM IST

ଟିକିଏ ସହଯୋଗ ରେ ପିଲାଟି ଉଠି ଠିଆ ହେଲା
ଟିକିଏ ସହଯୋଗ ରେ ପିଲାଟି ଉଠି ଠିଆ ହେଲା

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଡଗୁଡା ଗ୍ରାମର ଟିକି ପିଲା ଟଙ୍କ ଜାନି ଏବେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରୁଛି । ଯାହାକୁ ଦେଖି ବାପାମାଆଙ୍କ ଆନନ୍ଦ କହିଲେ ନସରେ । ଅଧିକ ପଢନ୍ତୁ

କୋରାପୁଟ: ସାହା ହେଲା ସହଯୋଗ । ସ୍ବାଭାବିକ ହେଉଛି ଟଙ୍କ ଜାନି ଜୀବନ । ଦୌଡିବ, ଚାଲିବ ଖେଳିବ ଆଉ ଅନ୍ୟ ପରି ଜୀବନକୁ ଜୀଇଁବ ଟଙ୍କ ଜାନି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଡଗୁଡା ଗ୍ରାମର ଟିକି ପିଲା ଟଙ୍କ ଜାନି ଏବେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରୁଛି । ଯାହାକୁ ଦେଖି ବାପାମାଆଙ୍କ ଆନନ୍ଦ କହିଲେ ନସରେ ।

ଟିକିଏ ସହଯୋଗରେ ପିଲାଟି ଉଠି ଠିଆ ହେଲା

ଜନ୍ମରୁ ଟଙ୍କ ଜାନି ଚାଲିବାକୁ ସକ୍ଷମ ନଥିଲା । ଏବେ ସେ ଚାଲିବାକୁ ଚେଷ୍ଟା କରୁଛି । ପୁଅ ଯେ ଦିନେ ଗାଁ ଦାଣ୍ଡରେ ଚାଲିବ ସେ ବିଶ୍ବାସ ଜନ୍ମ ହେବାରେ ଲାଗିଛି ବାପା ମାଆଙ୍କ ହୃଦୟରେ । ଏକତା ସଂଗଠନର ସ୍ବେଚ୍ଛାସେବୀଙ୍କ ସହାୟତାରେ ଟଙ୍କ ଧୀରେ ଧୀରେ ଚାଲିବାକୁ ଲାଗିଛି । ତାକୁ ଏକତା ସଂଗଠନ ଦ୍ଵାରା ପରିଚାଳିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଆବଶ୍ୟକୀୟ ବ୍ୟାୟାମ କରାଇବା ସହ ପୁଷ୍ଟିକର ଖାଦ୍ୟ ଦେବା ଫଳରେ ଟଙ୍କର ସ୍ବାସ୍ଥ୍ୟ ଧୀରେ ଧୀରେ ଉନ୍ନତ ହେବାରେ ଲାଗିଛି । ଯାହାକୁ ନେଇ ବାପାମାଆଙ୍କ ଖୁସି କହିଲେ ନସରେ । ଏକତା ସଙ୍ଗଠନରେ ସ୍ପେଶାଲ ଏଡୁକେଟର ଭାବେ କାର୍ଯ୍ୟରତ ଅଲିଭା ସାମଲଙ୍କ ଉଦ୍ୟମରେ ଏହା ସମ୍ଭବପର ହୋଇଛି ।


ଏହା ବି ପଢନ୍ତୁ...ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା, ଢେଙ୍କାନାଳରୁ ହେରୋଇନ ଜବତ

ଟଙ୍କର ବାପା ମାଆ ଦିନ ମଜୁରିଆ । ପୁଅର ଚିକିତ୍ସା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ । ହେଲେ ଏକତା ସଂଗଠନ ତାଙ୍କୁ ସାହା ହେଲା । ପୁନର୍ବାସ କେନ୍ଦ୍ରରେ ଅଧିକ ଦିନ ରହିବା ଟଙ୍କ ପାଇଁ ସମ୍ଭବ ହୋଇପାରିନଥିଲା । ତଥାପି ନିଜ ଘରକୁ ଫେରିବା ପରେ ମଧ୍ୟ ଏକତା ସଂଗଠନର ସ୍ବେଚ୍ଛାସେବୀ ତାଙ୍କ ଘରେ ପହଞ୍ଚି ବ୍ୟାୟାମ କରାଇବା ସହ ବାପା ମାଆଙ୍କୁ ଏ ସମ୍ପର୍କରେ ଶିଖାଇଥିଲେ । ଫଳରେ ଟଙ୍କକୁ ଘରେ ମଧ୍ୟ ସ୍ବତନ୍ତ୍ର ବ୍ୟାୟାମ କରାଇବାରେ ବାପା ମାଆ ସକ୍ଷମ ହୋଇଥିଲେ । ଏକତା ସଂଗଠନ ତରଫରୁ ଟଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅଲିଭା ସାମଲ ଜଣାଇଛନ୍ତି ।

ଇଚିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.