ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

author img

By

Published : Feb 1, 2022, 8:36 PM IST

କୋରାପୁଟର ୫ଟି ଗାଁ ଭୋଟ ବର୍ଜନ କରିଛନ୍ତି । ସରକାରୀ ଯୋଜନାରୁ ବଞ୍ଚିତ ହେବା ପରେ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ସରାକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନ ପାଇଁ ନିଷ୍ପତ୍ତି
ସରାକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

କୋରାପୁଟ: ରୋଡ଼ ନାହିଁ ତ ଭୋଟ ନାହିଁ । ପାଣି ନାହିଁ ତ ଭୋଟ ଦେବୁ ନାହିଁ । ବର୍ଷ ବର୍ଷ ଧରି ସରକାରୀ ଯୋଜନାରୁ ବଞ୍ଚିତ ହେବା ପରେ ପଞ୍ଚାୟତ ନିର୍ବାଚନରେ କୋଲାବ, ଚଣ୍ଡାଳଗୁଡା, ଥାଟୁଗୁଡା ଓ ଡୁମୁରିଗୁଡାର ୨ଟି ୱାର୍ଡ ପାଇଁ ଗ୍ରାମବାସୀ ପ୍ରାର୍ଥୀ ଦେଇନଥିବାବେଳେ ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଗାଁକୁ ପ୍ରବେଶ କରାଇ ଦେଉନଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ମାତ୍ର 7 କିଲୋମିଟର ଦୂରରେ କୋଲାବ ଜଳଭଣ୍ଡାର କୂଳରେ ଥିବା ଏହି ୪ଟି ଗାଁକୁ ପକ୍କା ରାସ୍ତା ଲମ୍ବିବ ଓ ପାନୀୟ ଜଳର ସମସ୍ୟା ଦୂର ହେବ ବୋଲି ଅନେକ ଦିନରୁ ଲୋକେ ଶୁଣି ଆସୁଛନ୍ତି । କିନ୍ତୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପାଇ ହତାଶ ହୋଇପଡିଥିବା ଗ୍ରାମବାସୀ ପ୍ରତି ନିର୍ବାଚନରେ ଭୋଟ ବର୍ଜନର ଧମକ ଦେଇଆସିଛନ୍ତି । ସବୁଥର ଭଳି 2019 ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସବୁ ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଥିଲା । ବର୍ତ୍ତମାନର କୋରାପୁଟ ବିଧାୟକ ରଘୁରାମ ପାଡାଲ ଲିଖିତ ପ୍ରତିଶ୍ରୁତି ଦେବା ପରେ ୪ ଗାଁର ଲୋକେ ଭୋଟ ଦେଇଥିଲେ ।

ସରାକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

କିନ୍ତୁ ନିର୍ବାଚନ ସରିବା ପରେ ବିଜୟୀ ହୋଇ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରତିଶ୍ରୁତିକୁ ଶୁଣାଯିବ ନାହିଁ କି କାହାରିକୁ ବୁଝାସୁଝା କରିବା ପାଇଁ ସୁଯୋଗ ମଧ୍ୟ ଦିଆଯିବ ନାହିଁ । ନିର୍ବାଚନ ଦିନ ଆଗରୁ ରାସ୍ତା କାମ ଓ ପାନୀୟ ଜଳଯୋଗାଣର ବ୍ୟବସ୍ଥା ଆରମ୍ଭ କରାନଗଲେ ଏହି ୪ଟି ଗାଁର ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜି କୋଲାବ ଗାଁ ନିକଟରେ ଏକାଠି ହୋଇ ଏହି ୪ଟି ଗାଁର ଲୋକେ ଆନ୍ଦୋଳନର ଭବିଷ୍ୟ ପନ୍ଥା ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.