ETV Bharat / state

କୋରାପୁଟ କଫି ବୋର୍ଡ଼ ପରିଦର୍ଶନ କଲେ ରାଜ୍ୟପାଳ

author img

By ETV Bharat Odisha Team

Published : Dec 22, 2023, 1:43 PM IST

Updated : Dec 22, 2023, 4:32 PM IST

କୋରାପୁଟ ଗସ୍ତରେ ଆସି କଫି ବୋର୍ଡ଼ ବୁଲି ଦେଖିଲେ ରାଜ୍ୟପାଳ । କଫି ଉତ୍ପାଦନ ନେଇ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

Etv Bharat
Etv Bharat

କୋରାପୁଟ କଫି ବୋର୍ଡ଼ ପରିଦର୍ଶନ କଲେ ରାଜ୍ୟପାଳ

କୋରାପୁଟ: ଜିଲ୍ଲା ଗସ୍ତରେ ଆସି କଫି ବୋର୍ଡ଼ ବୁଲି ଦେଖିବା ସହ ଶାଵର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ । କଫି ବୋର୍ଡ଼ରେ ପ୍ରଦର୍ଶନ କରାଯାଇଥିବା ବିଭିନ୍ନ କଫି ଷ୍ଟଲ୍‌ ବୁଲି ଦେଖିବା ସହ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ ରାଜ୍ୟପାଳ । ଆନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦା ରହିଥିବା ବେଳେ ଏହା ଆଗକୁ କପରି ଅଧିକରୁ ଅଧିକ ଉତ୍ପାଦନ କରାଯାଇପାରିବ ତା ଉପରେ ଅଧିକ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

କୋରାପୁଟ ଜଳବାୟୁ କଫି ଚାଷ ପାଇଁ ଅନୁକୂଳ । ସେଥିପାଇଁ ଏଠାରେ କଫି ଉତ୍ପାଦନ ବହୁଳ ମାତ୍ରାରେ ହେଉଛି l ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ ମାତ୍ରାରେ କଫି ଚାଷ କରାଯିବା ସହିତ ଏହାର ବଜାରୀକରଣ କିପରି ହୋଇ ପାରିବ ସେ ନେଇ କଫି ଚାଷୀଙ୍କ ସହ ଆଲୋଚନା କରିଥିଲେ ରଘୁବର ଦାସ l ରାସାୟନିକ ଦ୍ରବ୍ୟ ପ୍ରୟୋଗ ନକରି ସମ୍ପୂର୍ଣ୍ଣ ଅର୍ଗାନିକ ପ୍ରଣାଳୀରେ ଚାଷ କରିବା ପାଇଁ ଚାଷୀଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ l ଏଥିସହ ରାଜ୍ୟପାଳ ନିଜେ କୋରାପୁଟ କଫି ପିଇ ଏହାର ସ୍ୱାଦକୁ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କୋରାପୁଟ ପରେ କଳାହାଣ୍ଡି ପାଳି, କଫିଚାଷ କରି ସ୍ୱାବଲମ୍ବୀ ହେବେ ଅଞ୍ଚଳବାସୀ

ଆୟୋଜିତ କଫି ବୋର୍ଡ଼ରେ ସଫଳ କଫି ଚାଷୀ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଆବଶ୍ୟକ, ସ୍ୱାସ୍ଥ୍ୟ ଠିକ ରହିଲେ ସବୁ କାମ କରିବାକୁ ଇଚ୍ଛା ପ୍ରକାଶ ହୁଏ ବୋଲି ରାଜ୍ୟପାଳ ସ୍ୱୟଂ ସହାୟକ ମହିଳା ମାନଙ୍କୁ କହିଥିଲେ l କଫି ଚାଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ନିୟୋଜିତ କରାଯାଇ ସେମାନଙ୍କୁ କିପରି ସ୍ୱାବଲମ୍ବୀ କରାଯାଇ ପାରିବ ସେନେଇ କଫି ବୋର୍ଡ଼ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଆଗକୁ କଫି ଆପ ଆସୁଛି ଚାଷୀ ମାନେ କଫି ଆପ ମାଧ୍ୟ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ ବୋଲି କଫି ବୋର୍ଡ଼ ଅଧିକାରୀ ଉପେନ୍ଦ୍ର ସାହା କହିଛନ୍ତି l

ସନ୍ଧ୍ୟା ସମୟରେ କୋରାପୁଟ ଶାଵର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ । ସେଠାରେ ପୂଜାର୍ଚ୍ଚନା କରିବା ସହିତ ଗବେଷକ ପରେଶ ରଥଙ୍କ ଦ୍ଵାରା ଶାଵର ଶ୍ରୀକ୍ଷେତ୍ର ମନ୍ଦିର ଉପରେ ଲେଖା ଯାଇଥିବା ପୁସ୍ତକକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଏହି ଅବସରରେରେ କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

Last Updated : Dec 22, 2023, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.