ମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟ ସ୍ତରରେ ସମ୍ମାନିତ

author img

By

Published : Sep 24, 2022, 10:28 AM IST

vମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ସମ୍ମାନିତ

ମିଲେଟ ମିଶନ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ସମ୍ମାନିତ । ଅଧିକ ପଢନ୍ତୁ

କୋରାପୁଟ: ହାଇଦ୍ରାବାଦ ଠାରେ ଶୁକ୍ରବାର ଦିନ ଆଇସିଏଆର(Indian Agricultural Research Institute) ଓ ନ୍ୟୁଟ୍ରି ହବ୍ ଦ୍ବାରା ଆୟୋଜିତ ଜାତୀୟ ନ୍ୟୁଟ୍ରି-ସିରିଲ କନଭେନସନ(National Nutri Cereals Convention) 4.0 ରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଓଡ଼ିଶା ମିଲେଟ ମିଶନ ଜରିଆରେ ମିଲେଟର ବ୍ୟାପକ ବ୍ୟବହାର କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶାକୁ ଏହି ସମ୍ମାନ ମିଳିଛି । ଓଡ଼ିଶା ମିଲେଟ୍ ମିଶନର ପ୍ରତିନିଧି ଦଳର ସଦସ୍ୟ ତଥା ମିଲେଟ ବିଶେଷଜ୍ଞ ତାପସ ରାଏ ଏ ସମ୍ପର୍କରେ ଜଣାଇଛନ୍ତି ।

ମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ସମ୍ମାନିତ

ଓଡ଼ିଶାରେ ମିଲେଟକୁ ପ୍ରୋତ୍ସାହିତ କରାଯାଉଥିବା ଯୋଗୁଁ କାର୍ଯ୍ୟକ୍ରମରେ 'ଓଡିଶା ମିଲେଟ ମିଶନ'କୁ ପ୍ରଶଂସା କରାଯାଇଥିଲା । ଓଡ଼ିଶା ଏହି ସମ୍ମିଳନୀରେ ଦ୍ବିତୀୟ ଥର ପାଇଁ ପୁରସ୍କାର ଗ୍ରହଣ କରିଛି । ଏହାପୂର୍ବରୁ ରାଜ୍ୟକୁ "ଶ୍ରେଷ୍ଠ ମିଲେଟ ପ୍ରମୋଟିଂ ଷ୍ଟେଟ୍" ଏବଂ ଏଥର "ମିଲେଟ୍ ମିଶନ୍ ସ୍କେଲିଂ ପାଇଁ ଶ୍ରେଷ୍ଠ ରାଜ୍ୟ" ଭାବେ ପୁରସ୍କୃତ କରାଯାଇଥିଲା ବୋଲି ବିଶେଷଜ୍ଞ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

ରାଜ୍ୟର କୃଷକ ଯେଉଁମାନେ ମିଲେଟକୁ ପରବର୍ତ୍ତୀ ସ୍ତରକୁ ନେଉଛନ୍ତି ଏବଂ ସେମାନଙ୍କର ପୂର୍ଣ୍ଣ ଉଦ୍ୟମ କରି ଆରମ୍ଭରୁ ଏହି ମିଶନ ସହିତ ଜଡିତ ଅଛନ୍ତି ଏହି ପୁରସ୍କାର ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ସେ ମତପ୍ରକାଶ କରିଛନ୍ତି । କୋରାପୁଟ ଅଞ୍ଚଳରେ ମାଣ୍ଡିଆ , ସୁଆଁ ଭଳି ବିଭିନ୍ନ ମିଲେଟ୍ ଶସ୍ୟ ଉପରେ ପ୍ରାଧାନ୍ୟତା ବୃଦ୍ଧି ପାଇଥିବା ଓଡ଼ିଶା ମିଲେଟ୍ ମିଶନର ପ୍ରତିନିଧି ଦଳର ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.