RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

author img

By

Published : Sep 23, 2022, 8:45 AM IST

RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

ଆରଟିଓ ଅଫିସ ନ ଯାଇ ମଧ୍ୟ ବଦଳି ଯାଉଛି ଗାଡି ମାଲିକାନା । ବିନା କୌଣସି କାଗଜପତ୍ର ଓ ଗାଡି ମାଲିକଙ୍କ ଦସ୍ତଖତରେ ଜନସେବା କେନ୍ଦ୍ରରେ ମାଲିକାନା ପରିବର୍ତ୍ତନ ହେଉଛି । ଅଧିକ ପଢନ୍ତୁ

କୋରାପୁଟ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ(RTO) ନ ଯାଇ ମଧ୍ୟ ବଦଳି ଯାଉଛି ଗାଡି ମାଲିକାନା । ବିନା କୌଣସି କାଗଜପତ୍ର ଓ ଗାଡି ମାଲିକଙ୍କ ଦସ୍ତଖତରେ ମାଲିକାନା ବଦଳୁଛି । ତାହା ପୁଣି ଜନସେବା କେନ୍ଦ୍ରରେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ ସମସ୍ତଙ୍କୁ ତାଜୁବ କଲାଭଳି ଏପରି କିଛି ଘଟଣା ସାମ୍ନାକୁ ଆସିଛି କୋରାପୁଟରୁ । ଏଠାରେ ଜନସେବା କେନ୍ଦ୍ରରେ ଗୋଟିଏ ଚୋରି ଗାଡିର ମାଲିକାନା ବଦଳିଯିବା ସମ୍ଭବ ହୋଇଛି ।

RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବର ୨୩ରେ ସେମିଳିଗୁଡାର ଜଗୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ କାର୍ ଚୋରି ହୋଇଯାଇଥିଲା । ରାତିରେ ସେ ନିଜ ସାଙ୍ଗ ସହ ସେମିଳିଗୁଡା କଲେଜ ନିକଟରେ ବସିଥିବା ବେଳେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ସେମାନଙ୍କୁ ଗାଡି ସହ ଅପହରଣ କରିନେଇଥିଲେ । ଏହାପରେ ବାଟରେ ତାଙ୍କ ଠାରୁ ଗୋଟିଏ ମୋବାଇଲ ଓ ଟଙ୍କା ଛଡାଇ ନେଇ ଦାମନଯୋଡି ନିକଟରେ ଛାଡି କାର୍ ସହ ଫେରାର୍ ହୋଇଯାଇଥିଲେ ।

ଏହାର ଦୁଇ ଦିନ ପରେ ଜଗୁ ହନ୍ତାଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଛାନଭିନ୍ କରିବା ପରେ ଦଣ୍ଡାସିଗୁଡାର ପିଣ୍ଟୁ ହନ୍ତାଳ ନାମକ ସନ୍ଦିଗ୍ଧ ଯୁବକଙ୍କୁ ଧରିଥିଲା । ତାକୁ ପଚରାଉଚରା କରିବାରୁ ସେ ନିଜର ୪ ଜଣ ସହଯୋଗୀଙ୍କ ସହ ମିଶି କାର୍‌ଟି ଚୋରି କରିଥିବା ସ୍ବୀକାର କରିଥିଲା । ଏଥିସହ ଗାଡିକୁ ଦାମନଯୋଡିର ବିପିନ ଛତ୍ରୀୟା ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଥିବାର ଜଣାଇଥିଲା । ପୋଲିସ ବିପିନଙ୍କୁ ପଚରାଉଚରା କରିବା ପରେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା । ବିପିନ ମାଥାଲପୁଟର ସନ୍ତୋଷ କୁମାର ଖଣ୍ଡେଇ ନାମକ ଜଣେ ଜନସେବା କେନ୍ଦ୍ର ପରିଚାଳକଙ୍କ ସହାୟତାରେ ଏହି ଗାଡିର କାଗଜପତ୍ର ନିଜ ନାଁରେ ତିଆରି କରିଥିବା କହିଥିଲେ । ତେବେ ଆରଟିଓ ଅଫିସକୁ ନ ଯାଇ ମଧ୍ୟ ଗାଡିର ମାଲିକାନା ବଦଳିଯିବା ଘଟଣାରେ ସୁନାବେଡା ଏସଡିପିଓ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ରାଜଧାନୀରେ ଲେଡି ଏଣ୍ଟରପ୍ରେନ୍ୟୁୟରଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ବର୍ତ୍ତମାନ ପୋଲିସ ଏହି ଚୋରି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଚୋରି କାର୍ ସହ ମୋବାଇଲ, ଗୋଟିଏ ବାଇକ ଓ କିଛି କାଗଜପତ୍ର ଜବତ ହୋଇଛି । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଖୋଳତାଡ କରୁଛି । ସେହିପରି ଜନସେବା କେନ୍ଦ୍ରରେ ଗାଡି ମାଲିକାନା ବଦଳିବା ଘଟଣାରେ ମଧ୍ୟ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.